Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଏଦୀଙ୍କ ଦେହରେ ଲାଗିବ ଜିପିଏସ, ରହିବେ ପୋଲିସ ରାଡାରରେ, ପ୍ରସ୍ତାବ ଦେଲେ ଜେଲ୍ ଡିଜି

ଭୁବନେଶ୍ଵର: କଏଦୀଙ୍କ ଦେହରେ ଲାଗିବ ଜିପିଏସ। ଏମିତି ବ୍ୟବସ୍ଥା କରିବାକୁ ଜେଲ୍ ବିଭାଗ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଜେଲରୁ କଏଦୀଙ୍କ ବୋଝ କମାଇବାକୁ ହାଇଟେକ୍ ବ୍ୟବସ୍ଥା ଉପରେ ଜୋର ଦେଇଛି ଜେଲ୍ ବିଭାଗ। ସାଧାରଣ ଅପରାଧରେ ସଂପୃକ୍ତ କଏଦୀଙ୍କ ଦେହରେ ଏହି ଜିପିଏସ ଲଗାଯିବାକୁ ପ୍ରସ୍ତାବ ଦିଆଯାଇଛି।

୭ ବର୍ଷରୁ କମ ସଜା ହେବାକୁ ଥିବା କଏଦୀଙ୍କ ଠାରେ ଜିପିଏସ ଲାଗିବ। ଏଭଳି କଏଦୀଙ୍କୁ ଆଉ ଜେଲର ଚାରି କାନ୍ଥ ଭିତରେ ରଖାଯିବନି। ଜିପିଏସ ଲଗାଇ ଏଭଳି ଅପରାଧୀଙ୍କୁ ଘରକୁ ଛାଡ଼ିବାକୁ ପ୍ରସ୍ତାବ ଦିଆଯାଇଛି। ଆଣ୍ଠୁରେ ଟ୍ରାକର ଲାଗିବ, ଫଳରେ ଏମାନଙ୍କ ଅବସ୍ଥିତି ସମ୍ପର୍କରେ ଜଣା ପଡ଼ିବ। ଏମାନଙ୍କ ଗତିବିଧି ବିଷୟରେ ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ତଥ୍ୟ ରହିବ। ଜିପିଏସ କାଢିବାକୁ ଚେଷ୍ଟା କଲେ ସ୍ଥାନୀୟ ଥାନାକୁ ଆଲର୍ଟ ଯିବ। ଏ ନେଇ ସୂଚନା ଦେଇଛନ୍ତି ଜେଲ୍ ବିଭାଗ ଡିଜି ମନୋଜ ଛାବ୍ରା।

ଜେଲ ହାଜତରେ ଅଭ୍ୟାସଗତ ଅପରାଧୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେମାନଙ୍କ ପାଇଁ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଜେଲରୁ ଅପରାଧୀଙ୍କୁ ହ୍ରାସ କରିବା ଏବଂ ଅର୍ଥ ବୋଝ କମ୍ କରିବା ପାଇଁ ଜେଲ୍ ଡିଜି ମନୋଜ ଛାବ୍ରା ସଂସଦୀୟ ବ୍ୟାପାର କମିଟିକୁ ଏହି ପ୍ରସ୍ତାବ ଦେଇଛନ୍ତି। ଏହି ମେସିନ ବାବଦକୁ ପାଖାପାଖି ୧୦ ହଜାରରୁ ୧୫ ହଜାର ଟଙ୍କା ଭିତରେ ଖର୍ଚ୍ଚ ହେବ। ଆଉ ଏହି ଖର୍ଚ୍ଚ କଏଦୀ ହିଁ ବହନ କରିବେ।

More Stories