Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧ ରେ କୋକସରା, ମୋଟେର ଓ ମାଝୀଗୁଡା ପଞ୍ଚାୟତ ରେ ବିଜେପି ଦଳ ପକ୍ଷରୁ ଗଣ ଧାରଣା।

କୋକସରା:୩୧/୦୮ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ପଞ୍ଚାୟତ ସ୍ତରରେ ଗଣ ଧାରଣା ଦେଇ ଶାସକ ବିଜେଡି ଦଳ ବିରୋଧ ରେ ଗଣ ଧାରଣା ସହ ରଣହୁଙ୍କାର ଦିଆଯାଇଛି । ଗୁରୁବାର କୋକସରା ବ୍ଲକ ର କୋକସରା, ମୋଟେର ଓ ମାଝୀଗୁଡା ପଞ୍ଚାୟତ ସମ୍ମୁଖରେ ବିଜେପି ର ନେତୃବୃନ୍ଦ ମାନେ ଗଣ ଧାରଣା ଦେଇଛନ୍ତି ଓ ରାଜ୍ୟ ସରକାରଙ୍କ ଅପାରଗତା ଶାସନ ବ୍ୟବସ୍ଥା କୁ ନେଇ ପ୍ରତିବାଦ କରିଛନ୍ତି । ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ।ଆଵାସ ବଣ୍ଟନ ରେ ଦୁର୍ନୀତି, ପିଡ଼ିଏସ ସାମଗ୍ରୀ ବଣ୍ଟନ ରେ ଅନିୟମିତତା, ମନରେଗା ଯୋଜନା ରେ ଶ୍ରମିକ ଙ୍କୁ ଅଣଦେଖା, ମନରେଗା କାର୍ଯ୍ୟ ଶ୍ରମିକ ବଦଳ ରେ ମେସିନ ରେ କାମ ହେବା, ବିନା ପିସି ରେ ବ୍ଲକ କାର୍ଯ୍ୟାଳୟ ରେ କୌଣସି କାର୍ଯ୍ୟ ହେଉନଥିବା ନେଇ ଅଭିଯୋଗ କରିଛନ୍ତି। ୫ ଟି ଯୋଜନା ନାଁ ରେ ଶାସକ ଦଳ ବିଧାୟକ ଙ୍କ ଠିକାଦାର କାର୍ଯ୍ୟ କରିବା କୁ ପ୍ରୋତ୍ସାହିତ କରିବା ଭଳି ଅଭିଯୋଗ କରିଛନ୍ତି।୩ ପଂଚାୟତ ରେ ହୋଇଥିବା ଗଣ ଧାରଣା କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ବିଜେପି ଦଳ ର ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ଯୁବମୋର୍ଚା ସଭାପତି ବିଜୟଦେଵ ସାହୁ,ଜିଲ୍ଲା କାର୍ଯ୍ୟକାରିଣୀ ର ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା ଶିଶୁଦେଵ ମୁଣ୍ଡ, କୃଷକ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଗଣେଶ ନନ୍ଦ, ଘନଶ୍ୟାମ ଅଗ୍ରୱାଲ,ଜନ୍ମେଜୟ ନାଏକ ପ୍ରମୁଖ ରାଜ୍ୟ ସରକାରଙ୍କ ବିରୋଧ ରେ କେନ୍ଦ୍ର ସରକାରଙ୍କ ଯୋଜନା କୁ ବାଟମାରଣା ନେଇ ଅଭିଯୋଗ କରିଥିଲେ।।କାର୍ଯ୍ୟକ୍ରମ ରେ କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ,ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର, ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ,ଜିଲ୍ଲା ସଦସ୍ୟ ନରେନ୍ଦ୍ର ପ୍ରଧାନୀ, ସୁଶିଳ ପାଢ଼ୀ, ମନୋଜ ନାଏକ,ନବୀନ ପ୍ରଧାନୀ,ମହିଳା ନେତ୍ରୀ କୁନ୍ତୀ ପାଳ ସମେତ ବିଜେପି ର ଅନ୍ୟ କର୍ମି ମାନେ ଉପସ୍ଥିତ ରହି ଧାରଣା ରେ ସାମିଲ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ