Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀଙ୍କୁ ରାକ୍ଷୀ ପିନ୍ଧେଇ ଧନ୍ୟବାଦ୍ ଦେଲା ରେଙ୍ଗାଲି ବିଜେପି

ସମ୍ବଲପୁର(ପରମାନପୁର): ସମଗ୍ର ଦେଶର ବହୁ ଆଡମ୍ବର ସହକାରେ ରାକ୍ଷୀ ପୂର୍ଣ୍ଣିମା ପାଳନ ହୋଇ ଯାଇଛି । ବ୍ୟକ୍ତି ବିଶେଷ ଠୁ ଆରମ୍ଭ କରି ଭିନ୍ନ ଭିନ୍ନ ସଙ୍ଗଠନ ଓ ପ୍ରତିଷ୍ଠାନ ମଧ୍ଯ ନିଜ ନିଜ ଢ଼ଙ୍ଗରେ ନିଆରା ଭାବରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଛନ୍ତି । ଏହି ପରମ୍ପରା ରେ ବିଜେପି ବା କିଭଳି ପଛରେ ପଡ଼ିବ ।
ଗତ ୯ ବର୍ଷ ରେ ଗରିବ ଉତ୍ଥାନ ପାଇଁ ମୋଦି ସରକାର ବିଭିନ୍ନ ଜନକଲ୍ୟାଣକାରି ଯୋଜନା ହାତକୁ ନେଇଛନ୍ତି । ବିଶେଷ କରି ମହିଳା ମାନଙ୍କ ପାଇଁ ସ୍ବଚ୍ଛ ଭାରତ ଅଭିଯାନ କ୍ରମରେ ଘରେ ଘରେ ପାଇଖାନା ଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଉଜ୍ଵଲା ଯୋଜନା ପର୍ଯ୍ୟନ୍ତ, ଜାତୀୟ ଖାଦ୍ୟ ସୁରକ୍ଷା ରେ ମହିଳା ଙ୍କୁ ରାସନ୍ କାର୍ଡ ପ୍ରଦାନ ଠୁ ଆରମ୍ଭ କରି କୋଭିଡ ସମୟରେ ମହିଳା ଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଆର୍ଥିକ ସହାୟତା ରାଶି ପ୍ରଦାନ ଭଳି ବିବିଧ୍ କାର୍ଯ୍ୟକ୍ରମ ମହିଳା ଙ୍କୁ ବିଶେଷ ସୁବିଧା, ସୁରକ୍ଷା ଓ ଅଧିକାର ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।
ଏହା ସହିତ ଚଳିତ ବର୍ଷ ପବିତ୍ର ରକ୍ଷା ବନ୍ଧନ ପର୍ବ ଅବସରରେ ରନ୍ଧନ ଗ୍ୟାସ ସିଲିଣ୍ଡର ରେ ସବସିଡି ବୃଦ୍ଧି କରି ତାର ମୂଲ୍ୟ କୁ ହାସ କରିବା ଓ ଦେଶ ରେ ଆଉ ୭୫ ଲକ୍ଷ ପ୍ରଧାନମନ୍ତ୍ରୀ ଉଜ୍ଵଳା ସଂଯୋଗ ଯୋଗେଇ ଦେବା ଭଳି ଘୋଷଣା କରି ଦେଶ ର କୋଟି କୋଟି ଭଉଣୀ ଙ୍କୁ ଉପହାର ପ୍ରଦାନ କରିଛନ୍ତି । ଏହାକୁ ନେଇ ସମଗ୍ର ଦେଶର ମହିଳା ଙ୍କ ମଧ୍ୟରେ ଖୁଶି ର ଲହରୀ ଖେଳି ଯାଇଛି ।
ଏଥିପଇଁ ଗତକାଲି ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପରମାନପୂର ଠାରେ ଏକ ବିଶେଷ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଏଥିରେ ଅଞ୍ଚଳ ର ଶତାଧିକ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ପ୍ରତିଛବି ରେ ରାକ୍ଷୀ ବାନ୍ଧି ତାଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।
କାର୍ଯ୍ୟକ୍ରମ ରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ ଙ୍କ ସମେତ ରାଧେଶ୍ୟାମ ବାରିକ୍, ନରେନ୍ଦ୍ର ମିଶ୍ର, ଯୁଗଳ ଅଗ୍ରୱାଲ, ପ୍ରକାଶ ପ୍ରଧାନ, ପ୍ରକାଶ ପୃଷ୍ଟି, ସଞ୍ଜୀବ ବାରିକ୍, ସବିତା ନନ୍ଦ, ସୁଷମା ସାହୁ, ସଂଯୁକ୍ତା ପ୍ରଧାନ, ଆରତୀ ବରାଡ, ସୁଜାତା ଗୁରୁ, ପ୍ରତିମା ସାହୁ, ଜ୍ୟୋତ୍ସ୍ନା ଶାହ, ସରୋଜିନୀ କାଲୋ, ସରୋଜ ମେହେର, ସଂଯୁକ୍ତା ମାଝୀ, ଶୈଲେନ୍ଦ୍ରି ପ୍ରଧାନ, ନିଲାନ୍ଦ୍ରି ପ୍ରଧାନ ପ୍ରମୁଖ ସାମିଲ ଥିଲେ ।