Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଲଡୁଗାଁ ରେ ରକ୍ଷା ବନ୍ଧନ କାର୍ଯକ୍ରମ ଅନୁଷ୍ଠିତ।J

କୋକସରା ୩୧/୮ କୋକସରା ବ୍ଲକ ଲଡୁଗାଁ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଲଡୁଗାଁ ଶାଖା ଆନୁକୁଲ୍ୟରେ ଲଡୁଗାଁ ଠାରେ ଗୁରୁବାର ରକ୍ଷାବନ୍ଧନ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଯାଇଛି। ବିଶ୍ଵ ବିଦ୍ୟାଳୟ ଲଡୁଗାଁ ମୁଖ୍ୟ ପ୍ରଶାଶିକ୍ଷା ଲତାଭଉଣୀ ଓମ୍ ଶାନ୍ତି ରକ୍ଷା ବନ୍ଧନ ଆଧ୍ୟାତ୍ମିକ ରହସ୍ୟ ଉପରେ ଆଲୋକପାତ କରିଥିଲେ । କୋକସରା ତହସିଲଦାର ଦେଵବ୍ରତ କରାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅଜୟ ମଲ୍ଲିକ, କୋକସରା ତହସିଲ ର ବରିଷ୍ଠ କିରାଣି ବୈକୁଣ୍ଠ ବାଗ ପ୍ରମୁଖ ଯୋଗଦେଇ ଥିବା ବେଳେ ବ୍ରହ୍ମା କୁମାର କୁମାର ସୁବାସ ଭାଇ ମଞ୍ଚ ପରିଚାଳନା କରି ଥିଲେ। ବ୍ରହ୍ମ। କୁମାର ଅଶୋକ ଭାଇ ଧନ୍ୟବାଦ ଦେଇଥିଲେ ଏହି ଅବସରରେ ଦୁଇ ଶିଶୁ ରକ୍ଷା ବନ୍ଧନ ର ସ୍ବାଗତ ନୃତ୍ୟ ପ୍ରଦର୍ଶନ କରି ଥିଲେ । ବ୍ରହ୍ମ। କୁମାର ମୁରାରୀ ଭାଇ, ବ୍ରହ୍ମ। କୁମାର ବଜରଙ୍ଗ ଭାଇ , ବ୍ରହ୍ମ। କୁମାର ଦାଶରଥି ଭାଇ , ପଦ୍ମସେନ ଭାଇ,ରାଧେ ଭାଇ , ସୁଧାଂଶୁ ଭାଇ ,ତରୁ ଭଉଣି, ପ୍ରମୁଖ ସହଯୋଗ କରିଥିବା ବେଳେ କାଶୀବାହାଲ,ଆମପାଣି , ରେଙ୍ଗାଳପାଲି ବଡ ପୋଡ଼ାଗୁଡା, କେନ୍ଦୁଡଙ୍ଗରୀ ର ଭାଇ ଭଉଣୀ ପ୍ରମୁଖ ଉପସ୍ଥିତ ଥିଲେ।