Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆହୁରି ୪୮ ଘଣ୍ଟା ଗୁଳୁଗୁଳି, ଆସୁଛି ୨ଟି ଲଘୁଚାପ, ସେପ୍ଟେମ୍ବର ୩ରୁ ବଦଳିବ ପାଗ

ଭୁବନେଶ୍ଵର: ଦୁର୍ବଳ ମୌସୁମୀ ପ୍ରଭାବ ପାଇଁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ବୃଦ୍ଧି ଘଟିଛି। ଦିନ ସାରା ଆର୍ଦ୍ରତା ୬୦ପ୍ରତିଶତରୁ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ଏମିତି ଆହୁରି ୪୮ ଘଣ୍ଟା ଗୁଳୁଗୁଳି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ବର୍ଷା ଅଭାବ ଯୋଗୁଁ ରାଜ୍ୟର ୧୮ ଜିଲ୍ଲାରେ ମରୁଡ଼ି ସ୍ଥିତି ଉପୁଜିଛି । ତାଜା ଆକଳନ ଅନୁଯାୟୀ, ସେପ୍ଟେମ୍ବରରେ ବର୍ଷା ସ୍ୱାଭାବିକ ରହିବ । ସେପ୍ଟେମ୍ବର ୪ରେ ଉତ୍ତର ଆନ୍ଧ୍ର ଉପକୂଳ ଓ ସଂଲଗ୍ନ ଓଡ଼ିଶା ଉପକୂଳରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ୮/୯ ତାରିଖ ପର‌୍ୟ୍ୟନ୍ତ ସମୁଦ୍ରରେ ରହି ରାଜ୍ୟରେ ବର୍ଷା କରାଇବ । ଏହା ପରେ ଆଉ ଏକ ଲଘୁଚାପ ସମ୍ଭାବନା ଅଛି ବୋଲି ଡକ୍ଟର ପଶୁପାଳକ ଆକଳନ କରିଛନ୍ତି । ଏହାର ପ୍ରଭାବରେ ପ୍ରଥମ ଦୁଇ ସପ୍ତାହରେ ଓଡ଼ିଶାରେ ଭଲ ବର୍ଷା ସମ୍ଭାବନା ଅଛି । ମାତ୍ର ସେପ୍ଟେମ୍ବରର ଭଲ ବର୍ଷା ଓଡ଼ିଶାର ଚାଷ ସ୍ଥିତିକୁ ଆଉ ସୁଧାରିବା ଆଶା କ୍ଷୀଣ ।

ଆସନ୍ତା ୩ ତାରିଖରୁ ପାଗ ବଦଳିବ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିଭଳି ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ବାଲେଶ୍ୱର ଭଦ୍ରକ, ଯାଜପୁର ସମେତ ୧୫ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ