Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶଂସକଙ୍କୁ ବଡ଼ ଝଟକା ! ସେପ୍ଟେମ୍ବର ୨ ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ଆଶଙ୍କା

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ଦଳ ଏସିଆ କପ୍ ୨୦୨୩ରେ ଶନିବାର ହେବାକୁ ଥିବା ମ୍ୟାଚ୍ ପାଇଁ କାଣ୍ଡି ପହଞ୍ଚି ଯାଇଛନ୍ତି। ହେଲେ ଏହି ବହୁ ପ୍ରତୀକ୍ଷିତ ମୁକାବିଲାକୁ ଅପେକ୍ଷା କରିଥିବା କୋଟି କୋଟି ପ୍ରଶଂସକଙ୍କୁ ଝଟକା ଲାଗିପାରେ। କାରଣ ଯେଉଁ ଦିନ ମ୍ୟାଚ୍ ହେବ ସେହି ସମୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ମ୍ୟାଚ୍ ରଦ୍ଦ ହେବାର ସମ୍ଭାବନା ମଧ୍ୟ ରହିଛି। ଗତ ଦୁଇ ଦିନ ହେବ ପାଲିକଲରେ ବର୍ଷା ଲାଗି ରହିଛି ଏବଂ ପାଣିପାଗ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୨ ତାରିଖ ପାଗ ଆହୁରି ବିଗିଡ଼ିପାରେ। ଶନିବାର ବର୍ଷା ହେବାର ସମ୍ଭାବନା ୯୧ ପ୍ରତିଶତ ରହିଛି। ତେଣୁ ମ୍ୟାଚରେ ବର୍ଷା ବଡ଼ ବାଧକ ସାଜିପାରେ।

ଶ୍ରୀଲଙ୍କାରେ ଅଗଷ୍ଟ-ସେପ୍ଟେମ୍ବର ମାସରେ ପାଣିପାଗ ଭଲ ରହିବା ମୁସ୍କିଲ। ଲଗାତାର ବର୍ଷା ହେବା କାରଣରୁ ଏହି ଦୁଇ ମାସରେ କମ ମ୍ୟାଚ୍ ଖେଳାଯାଏ। ଏହି ସମୟରେ ଦେଶରେ ପ୍ରବଳ ବର୍ଷା ହୋଇଥାଏ ଏବଂ ଗ୍ରାଉଣ୍ଡ ଷ୍ଟାଫଙ୍କୁ ମଇଦାନ ପ୍ରସ୍ତୁତ ରଖିବା ମୁସ୍କିଲ ହୋଇଯାଏ। ପାଲିକଲରେ ୩୩ ଦିନିକିଆ ମ୍ୟାଚ୍ ଖେଳା ଯାଇଛି। ଅଗଷ୍ଟ-ସେପ୍ଟେମ୍ବରରେ ମାତ୍ର ୨ଟି ମ୍ୟାଚ୍ ଖେଳା ଯାଇଛି।

ଯଦି ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲା ଆରମ୍ଭ ନ ହୁଏ କିମ୍ବା ପୂରା ଖେଳ ନହୁଏ ତେବେ ଦୁଇ ଦଳକୁ ସମାନ ଅଙ୍କ ମିଳିବ। ଏମିତିରେ ପାକିସ୍ତାନ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିବ। କାରଣ ପାକିସ୍ତାନ ପ୍ରଥମ ମ୍ୟାଚରେ ନେପାଳକୁ ବଡ଼ ବ୍ୟବଧାନରେ ହରାଇଥିଲା। ଅନ୍ୟପଟେ ଭାରତକୁ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବା ପାଇଁ ନେପାଳକୁ ହରାଇବାକୁ ପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ