Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯବାନ ଙ୍କୁ ରାକ୍ଷୀ ବାନ୍ଧି ଉତ୍ସାହିତ କଲେ ମହିଳା ମଣ୍ଡଳ। ର ଭଉଣି

କୋକସରା:୦୧/୦୯ ଦିନରାତି ଦେଶ ଓ ଜନସାଧାରଣ ଙ୍କ ସୁରକ୍ଷା ପାଇଁ କାର୍ଯ୍ୟାରତ ଥିବା ଯବାନ ନିଜ ଘର ଗାଁ ଠୁ ଦୁର ରେ ରହି ଦେଶ ଓ ଜନତା ଙ୍କ ସୁରକ୍ଷା ପାଇଁ ନିୟୋଜିତ ରହୁଥିବା ବେଳେ ରକ୍ଷା ବନ୍ଧନ ରେ ଭଉଣୀ ଠାରୁ ଦୂରରେ ରହି ରାକ୍ଷୀ ପୂର୍ଣ୍ଣିମା ରେ ଭଉଣୀ କୁ ମନେ ପକାଇ ହାତ ରେ ରାକ୍ଷୀ ଟିଏ କିଏ ବାନ୍ଧିବ ବୋଳି ଆଶା ରହିଥାଏ। ଯବାନ ଙ୍କ ଏହି ଭାବନା କୁ ହୃଦୟଙ୍ଗମ କରି ପ୍ରତିବର୍ଷ ଲଡୁଗାଁ ଆଶାରାମ ଆଶ୍ରମ ର ମହିଳା ମଣ୍ଡଳ ର ଭଉଣୀ ମାନେ ରକ୍ଷା ବନ୍ଧନ ଉତ୍ସଵ ଅବସର ରେ କୋକସରା ବ୍ଲକ ଆମପାଣି ଥାନା ରେ କାର୍ଯ୍ୟାରତ ଥିବା ଆଇ ଆର ବି ଯବାନ ଓ ପୋଲିସ ଙ୍କୁ ରାକ୍ଷୀ ବାନ୍ଧିବା ସହ ସେମାନଙ୍କ ଦିର୍ଘ ଜୀବନର କାମନା କରିଥିଲେ। ନିଜ ଭଉଣୀ ଠାରୁ ଦୂରରେ ଥିବା ଭାଇ ଙ୍କୁ ରାକ୍ଷୀ ବାନ୍ଧି ଭଉଣୀ ମାନେ ମଧ୍ୟ ଜଣେ ଦେଶ ମାତୃକା ସେବା ରେ ଥିବା ଯବାନ ଙ୍କୁ ଭାଇ ଭାବେ ପାଇ ଖୁସି ଅନୁଭବ କରିଥିଲେ। ଯବାନ ମାନେ ଅତି ଖୁସି ମନ ରେ ରାକ୍ଷୀ ବନ୍ଧାଇବା ସହ ଭଉଣୀ ଙ୍କ ସହ କିଛି ଖୁସି ର ମୁହୂର୍ତ୍ତ ପାଇଁ ଉତ୍ସାହିତ ହୋଇଥିଲେ। ଏହି କାର୍ଯ୍ୟକ୍ରମ ରେ ଆମପାଣି ଥାନା ଅଧିକାରୀ ଉଲ୍ଲାସ କୁମାର ରାଉତ,ପୋଲିସ କର୍ମଚାରୀ ଓ ଯବାନ କୁ ରାକ୍ଷୀ ବାନ୍ଧିଥିଲେ। କାର୍ଯ୍ୟକ୍ରମ କୁ ଲଡୁଗାଁ ଆଶ୍ରମ ର ପରିଚାଳକ ପ୍ରଦୀପ କୁମାର ଶର୍ମା, ଶିଵ ଭାଇ, ପ୍ରଦୀପ ଭାଇ, ସହଦେଵ ଭାଇ ଓ ଜିତେନ୍ଦ୍ର ଭାଇ ସହଯୋଗ କରିଥିଲେ।