Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଁଲାଭଟା ୫ଟି ହାଇସ୍କୁଲ ରେ ଚୋରି, ସିସିଟିଭି ରେ ଚୋର ,ପୋଲିସ ର ତଦନ୍ତ ଜାରି।

କୋକସରା:୦୨/୦୯ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଲାଭଟା ଗ୍ରାମରେ ଥିବା ୫ଟି ହାଇସ୍କୁଲରେ ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୁର୍ତ୍ତ ପଶି ଚୋରି କରିଥିବା ଜଣାପଡ଼ିଛି।ସ୍କୁଲର ଫ୍ରିଜର,ଲାଇଟ ଆଦି ସାମଗ୍ରୀ ନେଇଥିବା ଦେଖିବାକୁ ମିଳିଛି।ତେବେ ଏହି ସବୁ ଘଟଣା ସ୍କୁଲ ରେ ଲାଗିଥିବା ସିସି ଟିଭି ରେ କଏଦ ହୋଇଛି । ଶନିବାର ସକାଳରେ ଗ୍ରାମବାସୀ ଏହା ଜାଣିଲା ପରି ସିସିଟିଭି ରେ ଚୋରି ବେଳର ଦୃଶ୍ୟ କଏଦ ହୋଇଥିବା ଦୃଶ୍ୟ ଦେଖି ଦୁର୍ବୁର୍ତ୍ତ ମାନଙ୍କୁ କାବୁ କରି ସ୍କୁଲ ରେ ରଖିବା ସହ ଜୟପାଟଣା ପୋଲିସ କୁ ଖବର ଦେଇଥିଲେ। ଚୋରି ରେ ସମ୍ପୃକ୍ତ ଥିବା ଯୁବକ ମାନେ ସେହି ଗାଁ ର ବୋଳି ଜଣାପଡିଛି।ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩ ଜଣ ଧରି କୁ ଥାନା କୁ ଆଣି ଅଟକ ରଖି ପଚରା ଉଚୁରା ଜାରି ରଖିି ଥିବା ଏସ.ଆଇ ବିନୟ ବାରା ସୂଚନା ଦେଇଛନ୍ତି।