ବୀରମହାରାଜପୁର ଡାକ୍ତରଖାନାରେ ଆଶା କର୍ମୀ ମାନଙ୍କ 4 ଦିନିଆ ତାଲିମ ଶିବିର


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରିୟ ଚିକିତ୍ସାଳୟ ର ସମ୍ମିଳନୀ କକ୍ଷରେ ଅଶା କର୍ମି ମାନଙ୍କ ଯୋଗାଯୋଗ ମାଧ୍ୟମରେ ସମାଜରେ ବ୍ୟବହାର ପରିବର୍ତ୍ତନ ନେଇ ୪ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୁତି ବିଭାଗ ଡାକ୍ତର ସପ୍ନେଶ୍ବର ବେହେରା ପ୍ରଦିପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମାଷ୍ଟର ତାଲିମ୍ ପ୍ରାପ୍ତି ଜନସ୍ବସ୍ଥ୍ୟ ଅଧିକାରୀ ସ୍ୱର୍ଣ୍ଣପ୍ରଭା ଯୁଏଡ ଏବଂ ଉଲୁଣ୍ଡା ଜନସ୍ବାସ୍ଥ୍ୟ ଅଧିକାରୀ ଗୌରୀ ପାତ୍ର ଯୋଗଦେଇ ଆଶା ମାନଙ୍କୁ ତାଲିମ୍ ଦେଇଥିଲେ । କାର୍ଯ୍ୟକ୍ରମରେ ଡ଼ା. ପ୍ରଣବ କୁମାର ମହାପାତ୍ର ଯୋଗଦେଇ ବାରମ୍ବାର ପ୍ରୟାସ ଦ୍ଵାରା ସମସ୍ତ ପ୍ରକାର କାର୍ଯ୍ୟ ସମ୍ଭବ ହେଇପାରେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଡାକ୍ତରଖାନା ବି.ପି.ଏମ ମହେନ୍ଦ୍ର ମିଶ୍ର , ଜିଲ୍ଲା ସହକାରି ଜନସ୍ବାସ୍ଥ୍ୟ ଅଧିକାରି ବୃନ୍ଦାବନ ସାହୁ ଟୀକାକରଣ ଓ ପରିବାର ନୀୟୋଜନ ପଦ୍ଧତି ଉପରେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଅଶାକର୍ମି ମାନେ ଯୋଗଦେଇଥିଲେ I