Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଦାବୁଟ୍ରା ସରପଞ୍ଚ ଫେରି ପାଇଲେ କ୍ଷମତା,ସମ୍ବର୍ଦ୍ଧନା ଜଣାଇଲେ ସରପଞ୍ଚ ସଙ୍ଘ।

କୋକସରା:୦୪/୦୯ କୋକସରା ବ୍ଲକ କନ୍ଦାବୁଟ୍ରାପଞ୍ଚାୟତ ନିର୍ବାଚନ ରେ ଗତ ତ୍ରିସ୍ତରୀୟ ନିର୍ବାଚନ ରେ ସରପଞ୍ଚ ଭାବେ ବିଜୟୀ ହୋଇଥିଲେ, ହେଲେ କନ୍ଦାବୁଟ୍ରା ପଞ୍ଚାୟତ ତୁ ନ ଗାଁ ରେ ଥିବା ୫ ଟି ୱାର୍ଡ଼ ରେ ପଞ୍ଚାୟତ ବିବାଦ କୁନେଇ ଭୋଟ ବର୍ଜନ କାରଣରୁ ୱାର୍ଡ଼ ସଭ୍ୟ କୋରମ ନହେବାରୁ ଦୀର୍ଘ ବର୍ଷ ଧରି ସରପଞ୍ଚ ରେ ବିଜୟୀ ହୋଇଥିଲେ ମଧ୍ୟ ସରପଞ୍ଚ ଙ୍କ ଆସନ ର କ୍ଷମତା ରୁ ବଞ୍ଚିତ ରହିଥିଲେ କୋକସରା ବ୍ଲକ କନ୍ଦାବୁଟ୍ରା ସରପଞ୍ଚ। ବ୍ଲକ ପ୍ରଶାସନ ପକ୍ଷରୁ ବିଏସଏସଓ ଦୀପକ କୁମାର ବେହେରା ଗତ ୪ ମାସ ଧରି ସରପଞ୍ଚ ଦାୟିତ୍ୱ ରେ ରହି କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ। ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ପୁଣି ୱାର୍ଡ଼ ସଭ୍ୟ ପାଇଁ ସାନି ନିର୍ବାଚନ ହେବାପରେ କୋରମ ପୁରଣ ହୋଇଥିବା ବେଳେ ସରପଞ୍ଚ ପଦବୀ ପାଇଛନ୍ତି କୋକସରା ବ୍ଲକ କନ୍ଦାବୁଟ୍ରା ସରପଞ୍ଚ କୁରୁକ୍ଷେତ୍ର ବେହେରା। ରବିବାର କୋକସରା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ କନ୍ଦାବୁଟ୍ରା ସରପଞ୍ଚ କୁରୁକ୍ଷେତ୍ର ବେହେରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। କନ୍ଦାବୁଟ୍ରା ଗାଁ ରେ ବଜାଗଜା ବାଣ ଫୁଟାଇ ଉତ୍ସଵ ମନାଇ ସରପଞ୍ଚ ସଙ୍ଘ ଓ ଗ୍ରାମବାସୀ ଙ୍କ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ସରପଞ୍ଚ ଙ୍କୁ ଗ୍ରାମରେ ପରିକ୍ରମା କରାଇବା ସହ ଗ୍ରାମ ପଞ୍ଚାୟତ ରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ର ଆୟୋଜନ କରାଯାଇଥିଲା। କୋକସରା ବ୍ଲକ ସରପଞ୍ଚ ସଙ୍ଘ ର ସଭାପତି ନକୁଳ ନାଏକ ଙ୍କ ସଭାପତିତ୍ୱ ରେ ସରପଞ୍ଚ ଙ୍କୁ ଉପସ୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଅବସର ରେ ସଙ୍ଘ ର ସଭାପତି ନକୁଳ ନାଏକ ସରପଞ୍ଚ ଙ୍କ କ୍ଷମତା ଅବ୍ୟାହତ କାରଣରୁ ପଞ୍ଚାୟତ ରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ନେଇ ମତ ପ୍ରକାଶ କରିଥିଲେ। ତେବେ ଆଜି ସରପଞ୍ଚ ଦାୟିତ୍ୱ ଗ୍ରହଣ ପରେ ଆଗକୁ କନ୍ଦାବୁଟ୍ରା ପଂଚାୟତ ଉନ୍ନତି ଦିଗରେ ଆଗଭର ହେବ ବୋଳି କହିଛନ୍ତି।ଏହି ଅବସର ରେ ବ୍ଲକ ର ସରପଞ୍ଚ ଇଶରାମ କୋଲଥିଆ, ଇଶରାମ ସୁନାନୀ, ଯୋଗିନ୍ଦ୍ର ପଟ୍ଟନାୟକ, ଦେବିସିଂ ତାଣ୍ଡି,ପୁଷ୍ପାଞ୍ଜଳି ନାଏକ, ରୁକ୍ମଣୀ ବାଣୁଆ, ଯମୁନା ନାଏକ, ହରିପ୍ରିୟା ନାଗ, ନିରୂପମା ସେଠି ସମିତି ସଭ୍ୟ ଗଜାନନ ନିଆଲ, ଗୁପ୍ତେଶ୍ଵର ନାଗ, ରାଜୀବ ଖମାରି, ପ୍ରମିଳା ଭୋଇ, ଶିବାନୀ ଗଇନ୍ତା ସମେତ ମନୋରଞ୍ଜନ ବାଣୁଆ, ରୁଦ୍ର ପ୍ରସାଦ ନାଏକ ସମେତ କନ୍ଦାବୁଟ୍ରା ଗ୍ରାମବାସୀ ଉପସ୍ଥିତ ରହିଥିଲେ।