ସମ୍ଭାବ୍ୟ ମରୁଡି ପରିସ୍ଥିତି କୁ ନେଇ ବ୍ଲକ ର ୨୨ ପଞ୍ଚାୟତ କୁ ମରୁଡି ଘୋଷଣା କରିବାକୁ ଉପ ଜିଲ୍ଲାପାଳ ଙ୍କୁ ଚିଠି ଲେଖିଲେ କୋକସରା ବ୍ଲକ ଅଧ୍ୟକ୍ଷା।


କୋକସରା:୦୪/୦୯ ଚଳିତ ବର୍ଷ ଅନାବୃଷ୍ଟି।କାରଣରୁ।କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖା ଦେଇଥିବା ବେଳେ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଚାଷୀମାନେ ମରୁଡି ଘୋଷଣା କରିବାକୁ କୋକସରା ତହସିଲଦାର ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣା କୁ ନେଇ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଧର୍ମଗଡ଼ ଉପ ଜିଲ୍ଲାପାଳ ଙ୍କୁ ଚିଠି ଲେଖି କୋକସରା ବ୍ଲକ ର ଚାଷି ସମୁହ ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ବ୍ଲକ ର ୨୨ ପଞ୍ଚାୟତ ରେ ହୋଇଥିବା ଚାଷ କ୍ଷୟକ୍ଷତି ଆକଳନ କରି ମରୁଡି ଘୋଷଣା ସହ କ୍ଷତିପୂରଣ, କୃଷି ଋଣ ଛାଡ ସହ ,ବୀମା କରିଥିବା ଚାଷି ଙ୍କୁ ସହାୟତା ଯୋଗାଇ ଦେବାକୁ ଚିଠି ଲେଖିଛନ୍ତି।