Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରାଜେଡିକୁ ବିତିଲାଣି ୩ ମାସ , ଏବେ ବି ପ୍ରିୟଜନଙ୍କ ଅପେକ୍ଷାରେ ୨୮ ମୃତଦେହ

ଭୁବନେଶ୍ଵର: ବାହାନଗାରେ ଘଟି ଯାଇଥିବା ଛାତିଥରା ଟ୍ରେନ ଦୁର୍ଘଟଣାରେ ଏବେ ମଧ୍ୟ ୨୮ ମୃତଦେହ ଏମ୍ସରେ ପଡ଼ି ରହିଛି। ସୋମବାର ଏ ନେଇ ସୂଚନା ଦେଇଛନ୍ତି ଭୁବେଶ୍ଵର ଏମ୍ସର ସୁପରିଟେଣ୍ଡେଣ୍ଟ। ଏହି ୨୮ ମୃତଦେହ ଏବେ ମଧ୍ୟ ପ୍ରିୟଜନଙ୍କ ଅପେକ୍ଷାରେ ଅଛନ୍ତି। ବାହାନଗା ଟ୍ରେନ ଦୁର୍ଘଟଣାକୁ ତିନି ମାସ ବିତିଗଲାଣି। ଏ ପର୍ଯ୍ୟନ୍ତ ସମସ୍ତ ମୃତଦେହ ପାଇଁ କେହି ଦାବିଦାର ଆସି ନାହାନ୍ତି।

ଏମ୍ସର ସୁପରିଟେଣ୍ଡେଣ୍ଟଙ୍କ ସୂଚନା ଅନୁଯାୟୀ, ଏମ୍ସରେ ମୋଟ୍ ୮୧ଟି ମୃତଦେହ ରଖା ଯାଇଥିଲା। କିନ୍ତୁ ଦାବିଦାର ଥିଲେ ୧୧୦ ଜଣ। ଡିଏନଏ ସାମ୍ପୁଲ ଟେଷ୍ଟରୁ ୫୩ ଜଣଙ୍କ ମିଶିଥିବା ବେଳେ ଅବଶିଷ୍ଟ ୨୮ ମୃତଦେହ ଏବେ ମଧ୍ୟ ସଂରକ୍ଷିତ ରଖାଯାଇଛି। ଗତ ୧୦ ଦିନ ଭିତରେ କୌଣସି ମୃତକଙ୍କ ଦାବିଦାର ବି ଆସି ନାହାନ୍ତି। ଦାବିଦାର ନ ଥିବା ମୃତଦେହର କଣ କରାଯିବ, ସେ ନେଇ ରେଳ ମନ୍ତ୍ରଣାଳୟ, ସିବିଆଇ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।

ସୂଚନାଯୋଗ୍ୟ, ବାଲେଶ୍ଵରର ବାହନଗା ବଜାର ଷ୍ଟେସନରେ ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଲୁପ ଲାଇନରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ଭୀଷଣ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଯଶବନ୍ତପୁର-ହାଓ୍ଵଡା ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ୨୯୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଲେ ୧୨୦୮ ଆହତ ହୋଇଥିଲେ। ଏହି ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ନିକଟରେ ଗିରଫ ୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ସେମାନଙ୍କ ବିରୋଧରେ ଷଡ଼ଯନ୍ତ୍ର ନଷ୍ଟ କରିବାର ସଙ୍ଗୀନ ଅଭିଯୋଗ ଲାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ