Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ଓ କୋକସରା ଉଚ୍ଚ ବିଦ୍ୟାଳୟ ରେ ଗୁରୁ ଦିବସ ପାଳନ।

କୋକସରା:୦୫/୦୯ କୋକସରା ବ୍ଲକ ଆମପାଣି ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ଓ କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ଗୁରୁ ଦିବସ ପାଳନ କରାଯାଇଛି। ବୁଢ଼ାରଜା ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ଙ୍କ ଅଧ୍ୟକ୍ଷତାରେ ରେ ଡ.ସର୍ଵପଲ୍ଲି ରାଧାକୃଷ୍ଣନ ଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଛାତ୍ରଛାତ୍ରୀ ମାନେ ଗୁରୁ ବନ୍ଦନା ଗାନ କରିଥିଲେ। ଡ.ସର୍ଵପଲ୍ଲି ରାଧାକୃଷ୍ଣନ ଙ୍କ ଜୀବନ କୁ ଆଦର୍ଶ ଭାବେ ଗ୍ରହଣ କରି ଜୀବନ ର ମୂଲ୍ୟବୋଧ କୁ ଗ୍ରହଣ କରିବାକୁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଏହି ଅବସର ରେ ଶିକ୍ଷୟିତ୍ରୀ ସୁଶ୍ରୀ ମନ୍ଦାକିନି ନାଏକ, ଶିକ୍ଷକ ବିଶ୍ୱମ୍ବର ଧ. ମାଝୀ,ପ୍ରଶାନ୍ତ କୁମାର ପଣ୍ଡା, ସୁରଜ ତାଣ୍ଡି, ଲିଜୟାନନ୍ଦ।ସାହୁ,ଦୟା ସିଂ ନାଏକ, ସରୋଜ କୁମାର ପଡ଼ିହାରି ଉପସ୍ଥିତ ରହିଥିବା ବେଳେ ସ୍କୁଲ କ୍ୟାବିନେଟ।ମୁଖ୍ୟମନ୍ତ୍ରୀ ସୁଶ୍ରୀ ସଂଗୀତା ସୁନାନୀ ମଞ୍ଚ ପରିଚାଲନା କରିଥିଲେ । ଖେଳ ଶିକ୍ଷକ ଲୋକନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି।କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଗୁରୁ ଦିବସ ପାଳନ ଅବସରରେ ଡ.ସର୍ଵପଲ୍ଲି ରାଧାକୃଷ୍ଣନ ଙ୍କ ମାର୍ଗ ରେ ଅନୁପ୍ରାଣିତ ହୋଇ ଜୀବନ ଗଠନ କରିବାକୁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ଙ୍କୁ ଉପଦେଶ ଦେଇଥିଲେ।