Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କ ବାର୍ଷିକ ଡ଼ଙ୍ଗର ଯାତ୍ରା ଅନୁଷ୍ଠିତ, ହଜାର ହଜାର ଶ୍ରଦ୍ଧାଲୁ ଙ୍କ ସମାଗମ।

କୋକସରା:୦୫/୯ ଆଦିବାସୀ ଜନଜାତି ମଧ୍ୟରେ ରହିଛି ନିଜର ଆରାଧ୍ୟ ଦେବତା ଙ୍କ ଉପରେ ଅଗାଢ଼ ବିଶ୍ୱାସ। ଯୁଗ ଯେତେ ଆଧୁନିକତା ର ପରିଧି କୁ ଲଙ୍ଘିଥିଲେ ମଧ୍ୟ ଆଜି ମଧ୍ୟ ପୂର୍ବ ପରମ୍ପରା ରୁ ଚାଲି ଆସୁଥିବା ପରମ୍ପରା ଓ ଚଳଣି କୁ ଭୁଲି ନାହାଁନ୍ତି ଆଦିବାସୀ ଜନଜାତି। ଆଦିବାସୀ ଙ୍କ ଅଗ୍ର ରେ ଦେବାଦେବୀ ଙ୍କ ସ୍ଥାନ ଅନନ୍ୟ।କଳାହାଣ୍ଡି ମାଟି ହେଉଛି ଆଦିବାସୀ ଜନଜାତି ଙ୍କ ମାଟି।କଳାହାଣ୍ଡି ର ପାଣି ପବନ ରେ ଗଢା ଆଦିବାସୀ ଜନଜାତି ଙ୍କ ଆବର୍ତ୍ତ ବର୍ତ୍ତମାନ ଓ ଭବିଷ୍ୟତ।କୋକସରା ବ୍ଲକ ଗୋତୋମୁଣ୍ଡା ଅଠରନଳା ସାହାଜଖୋଲ ଜଙ୍ଗଲ ପାଦଦେଶରେ ଜଙ୍ଗଲ ଉପରେ ଜୀବନ ଜୀବିକା କରିଥିବା ଆଦିବାସୀ ଜନଜାତି ଓ ଗ୍ରାମବାସୀ ଙ୍କୁ ସୁଖଦୁଃଖ ରେ ସାହା ହୁଅନ୍ତି ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣ୍ଡି ଦେବୀ।ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ପରେ ପଡୁଥିବା ମଙ୍ଗଳବାର ଦିନ ଦେବୀ ସର୍ବ ମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କୁ ପୂଜା କରାଯାଏ । ଏହା ପୂର୍ବରୁ ଗୋତୋମୁଣ୍ଡା ଗ୍ରାମର ପୂଝାରୀ ଓ ଗ୍ରାମବାସୀ ମାନେ ମିଳିତ ଭାବେ ଶିରା, କାଳିସୀ ଓ ଗ୍ରାମ ପୁଝାରୀଙ୍କ ଗହଣରେ ଗୋତମୁଣ୍ଡା ଗ୍ରାମରୁ ପ୍ରାୟ ୩ କିମି ରାସ୍ତା ଚାଲି ଚାଲି ଆସି କାଲିସି ଓ ଲାଠି ଯାତ୍ରାରେ ବାହାରି ଜଙ୍ଗଲ ପାଦଦେଶରେ ଥିବା ଘାଟି ମୁଣ୍ଡିଆଣି ଙ୍କ ଆସ୍ଥାନ ରେ ପହଞ୍ଚି ପୂର୍ବ ନିର୍ଦ୍ଧାରିତ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ଶତାଧିକ ମାନସିକ ଧାରୀ ମାନେ ମା ଙ୍କ ନିକଟରେ ଶୁକ୍ଳ ଭୋଗସହ ପାରା, କୁକୁଡା ଓ ବୋଦା ବଳି ଦେଇ ନିଜର ମାନସିକ ପୂରଣ କରୁଥିବା ବେଳେ ପଶୁପକ୍ଷୀଙ୍କ ରକ୍ତରେ ଦେବୀଙ୍କ ପୀଠ ରକ୍ତରଞ୍ଜିତ ହୋଇପଡେ ମା ଘାଟି ମୁଣ୍ଡିଆଣି ଦେବୀ ଙ୍କ ପୀଠ। ପୂର୍ବରୁ ଦଣ୍ଡପାଟ ନାମରେ ନାମିତ ଗୋତୋମୁଣ୍ଡା ଅଞ୍ଚଳ ଦେବୀ ମା ଦଣ୍ଡପାଟିଆଣୀ ଦେବୀ ଏଠାରେ ପ୍ରଥମେ ପୂଜା ପାଉଥିବା ବେଳେ ଏହାପରେ ଦଣ୍ଡପାଟ ଅଞ୍ଚଳର ଲୋକମାନେ ନୂଆଁଖାଇ ପର୍ବପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ଜଣାପଡିଛି।ଡ଼ଙ୍ଗର ଯାତ୍ରା ଏକାଧାରରେ କୃଷିଭିତ୍ତିକ ପର୍ଵ ମଧ୍ୟ କୁହାଯାଏ।ଅଞ୍ଚଳ ରେ ଭଲ ବର୍ଷା ଓ ଚାଷ ଅମଳ ଭଲ ହେବାପାଇଁ ମଧ୍ୟ ଦେବୀ ଙ୍କ ନିକଟରେ ଗୁହାରି କରନ୍ତି ଅଞ୍ଚଳ ର ଚାଷି ଓ ଗ୍ରାମବାସୀ।ଏହି ଡଙ୍ଗରଯାତ୍ରା ରେ ପଡୋଶୀ ରାଜ୍ୟ ଛତିଶିଗଡ,ବସ୍ତର ଓ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଦଣ୍ଡପାଟ, ଧର୍ମଗଡ଼ କୋକସରା ବ୍ଲକ ଅଞ୍ଚଳ ରୁ ଶତାଧିକ ଶ୍ରଦ୍ଧାଳୁ ମାନେ ଏହି ଡ଼ଙ୍ଗର ଯାତ୍ରା ରେ ସାମିଲ ହୋଇ ମାନସିକ ପୂରଣ ପରେ ଏହି ଜଙ୍ଗଲ ପରିବେଶ ମଧ୍ୟରେ ଭୋଜିଭାତ କରି ସନ୍ଧ୍ୟାରେ ଘର କୁ ଫେରିଥାନ୍ତି। ଘାଟି ମୁଣ୍ଡିଆଣି ଯାତ୍ରା କୁ ଗୋତୋମୁଣ୍ଡା ଗ୍ରାମ୍ୟ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଡ଼ଙ୍ଗର ଯାତ୍ରା କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆମପାଣି ପୋଲିସ ପକ୍ଷରୁ ପୋଲିସ କର୍ମଚାରୀ ଓ ଆଇଆରବି ଯବାନ ମାନେ ଉପସ୍ଥିତ ରହିଥିଲେ।