Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁରଜ୍ ମଲ୍ ମହାବିଦ୍ୟାଳୟ ଗୁରୁଦିବସ ପାଳିତ

ମଙ୍ଗଳବାର ଦିନ ସୁରଜମଲ୍ ମହାବିଦ୍ୟାଳୟ ରେ ପବିତ୍ର ଗୁରୁଦିବସ ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ମୋନୋଜ କୁମାର ପଣ୍ଡା ଙ୍କ ପୋରାହିତ୍ୟ ରେ ମହା ସମାରୋହ ପାଳିତ ହୋଇଯାଇଛି। ଅଧକ୍ଷ ଡ. ରାଧାକ୍ରିଷ୍ଣନ୍ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କଲାପରେ ଗୁରୁପୁଜନ କରାଯାଇଥିଲା ।ଏହି ଅବସରରେ ଅଧ୍ୟାପକ ନରେଶ ଚନ୍ଦ୍ର ଅଗ୍ରୱାଲ ଓ ଅଧ୍ୟାପକ ଅଜୟ କୁମାର ସାହୁ ନିଜର ବକ୍ତବ୍ୟ ରେ କହିଲେ ଗୁରୁ ଯୁଗେ ଯୁଗେ ପୂଜିତ ଛାତ୍ର ଯଦି ଗୁରୁ ଙ୍କୁ ଆନ୍ତରିକତା ସହ ସମ୍ମାନ ଜଣାଇଲେ ଗୁରୁ ଦିବସ ର ପ୍ରକୁତ ଉଦେଶ୍ୟ ସାଧିତ ହୋଇ ପାରିବ ବୋଲି ମତବ୍ୟତ କରି ଥିଲେ ।ସଭାର ପ୍ରାରମ୍ଭ ରେ ଛାତ୍ର ହରିଶ ସାହା ପ୍ରାରମ୍ଭିକ ସୂଚନା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ଛାତ୍ର ପିଣ୍ଟୁ ଗୁରୁ ଙ୍କୁ ଉଦ୍ଦେଶ୍ୟ ରେ ସ୍ୱରଜିତ କବିତା ପାଠ କରିଥିବା ବେଳେ ଛାତ୍ରୀ ଭlଗ୍ୟଶ୍ରୀ ଓ ରଶ୍ମିତା ଗୁରୁ ପରମ୍ପରା ଓ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଉପରେ ବକ୍ତବ୍ୟ ରଖିଥିଲେ ଶେଷରେ ଛାତ୍ର ଅଭୟ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ