Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଫାଙ୍କା ଗୁଳି କରି ଲୁନି ନେଲେ ଟଙ୍କା-ସୁନା ଅଳଙ୍କାର

କଟକ: କଟକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଫାଙ୍କା ଗୁଳି ଫୁଟାଇ ବନ୍ଧୁକ ମୁନରେ ଲୁଟି ନେଲେ ସୁନା ଅଳଙ୍କାର ସହ ଟଙ୍କା। ସହରରେ ସ୍ପଷ୍ଟ ଦିବାଲୋକରେ ବୁଧବାର ଏହି ଘଟଣା ଘଟିଛି। ମତ୍ତଗଜପୁର ଲେବୁଲ କ୍ରସିଂ ନିକଟରେ ବ୍ୟବସାୟୀଙ୍କଠାରୁ ଲୁଟ୍ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସୂଚନା ଅନୁଯାୟୀ, କଟକ କନ୍ଦରପୁର ଥାନା ମତ୍ତଗଜପୁର ଲେବଲ କ୍ରସିଂ ନିକଟରେ ୩ଟି ବାଇକ୍‌ରେ ପାଞ୍ଚରୁ ଛଅ ଦୁର୍ବୃତ୍ତ ଆସି ଫାଙ୍କା ଗୁଳି ଚଳାଇଥିଲେ। ଆଉ ବ୍ୟବସାୟୀଙ୍କଠୁ ୨୫ ହଜାର ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି । ଘଟଣାରେ ତୁରନ୍ତ କନ୍ଦରପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ