Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମି ପଞ୍ଜିକରଣ ନାଁରେ ଲାଞ୍ଚ ମାଗି ଗିରଫ ହେଲେଣି ୩ ମୁଖ୍ୟ କିରାଣୀ

ଭୁବନେଶ୍ଵର: ଜମି ଏବଂ ପ୍ଲଟ୍-ଫ୍ଲାଟ୍ ପଞ୍ଜିକରଣ କରାଇବା ସମୟରେ ସାବଧାନ। ନଚେତ୍ ଆପଣ ହଇରାଣରେ ପଡ଼ି ପାରନ୍ତି। କାରଣ ଲାଞ୍ଚ ନ ଦେଲେ କାମ ହେଉନି ଏବଂ ଫାଇଲ୍ ପଡି ରହୁଛି। ଆଉ ବେଳେ ବେଳେ ଲାଞ୍ଚ ନେଇ ହରଡ଼ଘଣାରେ ପଡ଼ୁଛନ୍ତି ଅଧିକାରୀ। କାଗଜପତ୍ର ଭୁଲ ଥିଲେ ବି କାମ କରାଇବା ନାଁରେ ଲାଞ୍ଚ ମାଗି ଗତ କିଛି ମାସରେ ଗିରଫ ହୋଇଛନ୍ତି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟର ୩ ମୁଖ୍ୟ କିରାଣୀ। ଏହି ତିନି ମୁଖ୍ୟ କିରାଣୀ ହେଉଛନ୍ତି ପୁରୀ, ସୋନପୁରର ତରଭା ଓ ଖଣ୍ଡଗିରି। କାମ କରାଇବା ନାଁରେ ଲାଞ୍ଚ ମାଗିବା ଅଭିଯୋଗରେ ଭିଜିଲାନ୍ସ ଏମାନଙ୍କୁ ଗିରଫ କରିଛି। ଏପରିକି ସେମାନଙ୍କର ବାସଭବନ ଉପରେ ମଧ୍ୟ ଚଢାଉ ହୋଇଛି।
ତରଭା ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟର ମୁଖ୍ୟ କିରାଣୀ, ପୁରୀ ସବ ରେଜିଷ୍ଟ୍ରାର ଓ ଖଣ୍ଡଗିରି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍ ଜମି ବିବାଦ ଏବଂ ଫ୍ଲଟ୍-ଫ୍ଲାଟ୍ ପଞ୍ଜିକରଣ ନାମରେ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଏହି ତିନି କିରାଣୀ ପରୋକ୍ଷରେ ଏବଂ ଅନ୍ୟ ବ୍ୟକ୍ତିଙ୍କ ଜରିଆରେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ଭିଜିଲାନ୍ସ ଜାଲ ବିଛାଇ ଏମାନଙ୍କୁ ଗିରଫ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ