Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗତ ୨୪ ଘଣ୍ଟାରେ ୯ଟି ସ୍ଥାନରେ ପ୍ରବଳ ବର୍ଷା, ସେମିଳିଗୁଡ଼ାରେ ସର୍ବାଧିକ

ଭୁବନେଶ୍ୱର: ମୌସୁମୀ ପ୍ରବାହ ସକ୍ରିୟ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ କୋରାପୁଟର ସେମିଳିଗୁଡ଼ାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏହି ସମୟରେ ସେମିଳିଗୁଡ଼ାରେ ୧୫୮ ମିମି ବର୍ଷା ହୋଇଛି। ଏଥିସହ ରାଜ୍ୟର ଅନ୍ୟ ୯ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।

ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ  ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ୮  ତାରିଖ ଯାଏ ପ୍ରବଳ ବର୍ଷା ରହିଛି । ଭାରତୀୟ ପାଣିପାଗ  ବିଭାଗ(ଆଇଏମଡି) ଅନୁଯାୟୀ, ଲଘୁଚାପ ପ୍ରଭାବରେ ରାଜ୍ୟରେ ମଧ୍ୟମରୁ ପ୍ରାୟତଃ ଭୀଷଣ ବର୍ଷା ହେବାର ସମ୍ଭାବନା ରିହିଛି।  ୮ ତାରିଖ ଯାଏ ଉପକୂପରୁ ଅଭ୍ୟନ୍ତରଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୭ରେ ବର୍ଷାର ବିସ୍ତୃତି ବଢ଼ିବ। ଏ ନେଇ ୧୫ ଜିଲ୍ଲାକୁ ଆଲର୍ଟ କରାଯାଇଛି।

୭ତାରିଖରେ ନୂଆପଡ଼ା, ବଲାଙ୍ଗୀର,  ବରଗଡ଼, ସୋନପୁର, ବୌଦ୍ଧ,  ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼,  ଅନୁଗୁଳ, କଟକ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ  ପ୍ରବଳ ବର୍ଷା ହୋଇପାରେ । ୮ତାରିଖରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,  ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା କିଛି ସ୍ଥାନରେ  ପ୍ରବଳ ହେବାର ବର୍ଷା ସମ୍ଭାବନା ଅଛି । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ