୨ ମାସ ହେଲା ସରଖଣ୍ଡି ଗ୍ରାମ ଅନ୍ଧାରରେ


ସମ୍ବଲପୁର(ଡଙ୍ଗରପଡା): ଯୁଯୋମୁରା ବ୍ଲକ ଡଙ୍ଗରପଡା ପଞ୍ଚାୟତରେ ବିଜୁଳି ବିଭ୍ରାଟ ଲାଗିରହିଛି। ଏହି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ସରଖଣ୍ଡି ଗ୍ରାମ ଗତ ୨ ମାସ ଧରି ଅନ୍ଧରରେ ରହିଥିଲେବି ଟପିଡବ୍ଲୁଡିଏଲର ନଜର ପଡୁନି ଏହି ଆଦିବାସୀ ଗାଁକୁ। ଗତ ୨ ମାସ ହେଲା ଟ୍ରାନ୍ସଫର୍ମର ପୋଡି ଯାଇଥିବା ନେଇ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇବା ସତ୍ତ୍ୱେ ଏଥିରେ ସୁଧାର ଆସୁନାହିଁ । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ବର୍ଷା ଦିନ ଓ ଅଞ୍ଚଲରେ ସାପ ଭଳି ବିଭିନ୍ନ ବିଶାକ୍ତ ସରିସୃପ ରହୁଥିବାରି ଘଡିଘଡିକେଜୀବନ ପ୍ରତି ବିପଦ ରହୁଛି । ଏଠାରେ ୫୦ ରୁ ଉର୍ଦ୍ଧ୍ବ ବିଦ୍ୟୁତ ଉପଭୋକ୍ତା ରହିଥିବା ବେଳେ ଏମାନଙ୍କ ଜୀବନଧାରଣର ମୌଳିକ ସେବା ପ୍ରତି ବିଭାଗୀୟ ଅବହେଲାକୁ ନେଇ ଗ୍ରାମବାସୀ ଜିଲ୍ଳାପାଳଙ୍କୁ ଭେଟିବା ଓ ଏଥିରେ ସୁଫଳ ନମିଳିଲେ ଜନ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଶୁଣାଇଛନ୍ତି।