Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀକୃଷ୍ଣ ଜନ୍ମୋତ୍ସବ ଓ ନନ୍ଦଉତ୍ସବ ପାଳନ

କଳାହାଣ୍ଡି , ୦୭/୦୯ : ଭବାନୀପାଟଣା ସହର ଯାଦବ ସମାଜ ଦ୍ୱାରା ପୌରାଞ୍ଚଳ ସ୍ତରୀୟ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଓ ନନ୍ଦଉତ୍ସବ ପାଳନ
ଆଜି ଭବାନୀପାଟଣା ପୌରାଞ୍ଚଳ ଦେୱାନସାହେବ ପଡା, ନୀତେଇଗୌର ମନ୍ଦିର ପ୍ରାଙ୍ଗଣରେ ସହରର ବିଭିନ୍ନ ପଡ଼ାରୁ ଯାଦବ ଗୋଷ୍ଠି ଏକତ୍ରିତ ହୋଇ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଓ ନନ୍ଦଉତ୍ସବ ସହିତ ଏକ ବିଶାଳ ଶୋଭାଯାତ୍ରା ଦେୱାନସାହେବ ପଡା ନୀତେଇଗୌରୀ ମନ୍ଦିରରୁ ବାହାରି ପୁରୁଣପଡା , ଆମ୍ବଗଛପଡା,ପ୍ରଦେଶୀପଡା, ଜେଲ ଛକ,ଷ୍ଟେଟ ବ୍ୟାଙ୍କ ଛକ ଦେଇ ନୀତେଇଗୌର ମନ୍ଦିର ଠାରେ ପହଂଚି ଥିଲେ l ଉକ୍ତ ଶୋଭାଯାତ୍ରା ରେ ଘୁମୁରା , କୀର୍ତନ ବାଦ୍ୟ ସହିତ “ଜୟ ଯାଦବ ,ଜୟ ମାଧବ ” ଯାଦବ ଏକତା ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହୋଇଥିଲା l ନୀତେଇଗୌରୀ ମନ୍ଦିର ଠାରେ ପାରମ୍ପାରିକ ରୀତିନୀତି ଅନୁଯାଇ ଜନ୍ମାଷ୍ଟମୀର ଧୂପ ଓ ପ୍ରସାଦ ଲାଗି ଧୁମ ଧାମ ରେ ଶ୍ରୀ କୃଷ୍ଣ ଜନ୍ମ ପାଳନ କରାଯାଇଥିଲା l ପ୍ରାରମ୍ଭରେ ମହା ଆଳତି ପରେ ସଭାକାର୍ଯ୍ୟ କରାଯାଇଥିଲା l ଯାଦବକୁଳର ମର୍ଯ୍ୟାଦା ଓ ସଙ୍ଗଠନ କୁ ବଞ୍ଚାଇ ରଖିଥିବା ଦିବଂଗତଙ୍କ ଆତ୍ମାର ସତ୍ ଗତି ନିମନ୍ତେ ୨ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା l ସହରର ବିଭିନ୍ନ ପଡ଼ାରୁ ଆସିଥିବା ଯାଦବ ଗୋଷ୍ଠି ଏବଂ ଆଜି ପର୍ଯ୍ୟନ୍ତ ଯାଦବ କୁଳ ରକ୍ଷା କରି ଆସିଥିବା ବୟଜ୍ୟେଷ୍ଠ ମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧନା କରାଯଇଥିଲା I ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଭବାନୀପାଟଣା ପୌରପାଳିକା ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତ ବେହେରା , ବରିଷ୍ଠ ଉପଦେଷ୍ଠା ଓ ସଭାପତି ନିତାଇଗୌର ମନ୍ଦିର କମିଟି ଶ୍ରୀଯୁକ୍ତ ନଳିନୀ ରାଉତ , ସମ୍ପାଦକ ଭକ୍ତଚରଣ ଦାସ ,ବରିଷ୍ଠ ଉପଦେଷ୍ଠା ଶ୍ରୀ ଭାରତ ଭୂଷଣ ଚଲାନ , ଅବସର ପ୍ରାପ୍ତ ତହସିଲଦାର ରବିନ୍ଦ୍ର ରାଉତ ,ସହର ଯାଦବ ସମିତି ସଭାପତି ଶ୍ରୀ ରବୀନ୍ଦ୍ର ଲାଲ ଯାଦବ ,ସମ୍ପାଦକ ଶ୍ରୀ ସତ୍ୟ ନାରାୟଣ ବିଶି , ସ୍ଥାନୀୟ କାଉନସିଲର ମହେନ୍ଦ୍ର ରାଉତ, ଶ୍ରୀ ପୀତବାସ ବେହେରା, ରସିକଲାଲ ପୁଞ୍ଜି ,ଅର୍ଜୁନ ଧଙ୍ଗଡାମାଝି, ଚୂଡ଼ାମଣି ନାଏକ ,ଧବଳେଶ୍ୱର ବାଗ ,ଅଂକୁର ବାଗ, ମଳୟ ଗୌଡ଼ , ସୁମିତ୍ରା ଦେଇ, ଉମା ବାଗ , ମନୋଜ କୁମାର ବାଗ, ,ଦୁଖୀଶ୍ୟାମ ଧଙ୍ଗଡାମାଝି , ସାନ୍ତୁନୁ ଧଙ୍ଗଡାମାଝି ସୌମ୍ୟ ରଞ୍ଜନ ଗହିର, ରୋଶନ କୁମାର ରାଉତ, ସୁଜିତ କୁମାର ରାଉତ ,ରଂଜିତା କେତକୀ ,ଶୀତଳ ରାଉତ, ପ୍ରମୋଦ ବାଗ ,ନରେନ୍ଦ୍ର ଗହୀର ,ବିଶାଳ ଗହୀର ,ଜିତରାମ ବାଗ, ଭୁପେନ୍ଦ୍ର ଗହୀର ,ହରି ବିଶି ,ଯଶୋବନ୍ତ ବାଗ ,ଟିକେଶ୍ୱର ଗୋପାଳ ,କରନ ଚଲାନ,ମୋହନ ବାଗ ,ସୁବ୍ରତ ଗୋପାଳ ,ରଜନୀ କାନ୍ତ ଚଲାନ,ରୋହିଣୀ ଚଲାନ ପ୍ରମୁଖ ଯୋଗ ଦେଇଥିଲେ l ଉକ୍ତ ସଭାରେ ଶ୍ରୀମତୀ ବେହେରା, ପୌରାଧ୍ୟକ୍ଷା ଏକ ଧାର୍ମିକ ବାତାବରଣ ମଧ୍ୟରେ ଜାତି,ଧର୍ମ ,ବର୍ଣ ନିର୍ବିଶେଷରେ ଆମେ ସମସ୍ତେ ନିଜ ଆସ୍ଥା ଓ ବିଶ୍ୱାସ ଅନୁଯାଇ ସୃଷ୍ଟିକର୍ତ୍ତା ଙ୍କୁ ସହର ବାସୀଙ୍କ ମଙ୍ଗଳ କାମନା କରି ଭଗବାନଙ୍କ ଆଶିଷ ସଦା ସର୍ବଦା ସହର ଉପରେ ରହୁ , ସହରର ଉନ୍ନତି ହେଉ ତଥା ଏକ ସାଙ୍ଗଠନିକ ଚିନ୍ତାଧାରା ରେ ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରି ସବୁ ସମସ୍ୟାର ସମାଧାନ ,ଏକତାହିଁ ବଳ ବୋଲି ସମ୍ବୋଧନ କରିଥିଲେ l ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନୀ ଯେ ,ଯାଦବ କୁଳର ଶ୍ରେଷ୍ଠ ଇତିହାସ ଏବଂ ଭାଗବତ ଗୀତା ଯେ, ବର୍ତମାନ ମଣିଷ ସମାଜର ବଂଚିବାର ଦିଗଦର୍ଶନ ପାଲଟିଛି ତାହା ଯାଦବ କୁଳପ୍ରତି ଏକ ଗୌରବର ବିଷୟ ବୋଲି ସଭାରେ ଚର୍ଚା ହୋଇଥିଲା , ଯାଦବ ଭାରତ ବର୍ଷର ପୁରାତନ ଏବଂ ସଂଖ୍ୟା ଗରିଷ୍ଠ ଜାତି, ଆଜି ସାରା ଭାରତ ବର୍ଷରେ ଯାଦବ ଜାତିର ସଂଗଠନ ଅଛି, କଳାହାଣ୍ଡି ପରିପ୍ରେକ୍ଷୀରେ ଯାଦବଙ୍କ ସଂଗଠନ ଭାତ ସମାଜରୁ ଆରମ୍ଭ କରି ଆଞ୍ଚଳିକ, ସହର, ବ୍ଲକ, ଜିଲ୍ଲା ସମୂହକୁ ନେଇ ସଂଗଠନ କାର୍ଯ୍ୟକ୍ଷମ l ସହର ଯାଦବ ସମାଜ ସଦା ସର୍ବଦା ଯାଦବଙ୍କ ସାମାଜିକ, ଶିକ୍ଷାଗତ, ସ୍ୱାସ୍ଥ୍ୟ, ଅର୍ଥନୈତିକ ତଥା ରାଜନୈତିକ ଉନ୍ନତିକୁ ସୁଦୃଢ କରିବା ଏହାର ମୂଳ କର୍ତ୍ତବ୍ୟ ତଥା ନୈତିକ ଦାୟିତ୍ୱ ରୂପେ ଗ୍ରହଣ କରିଛି । ପରିଶେଷରେ ଧନ୍ୟବାଦ ଅର୍ପଣ ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ମଧ୍ୟ କରାଯଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ