Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ଲକ୍ଷ ଟଙ୍କା ସହ ଧରା ପଡ଼ିଲେ ସରକାରୀ ବାବୁ, ବସ ଷ୍ଟାଣ୍ଡରୁ ମାଡ଼ି ବସିଲା ଭିଜିଲାନ୍ସ

ନିମାମଡ଼ା: ଦୁଇ ଲକ୍ଷ ଟଙ୍କା ସହ ଧରା ପଡ଼ିଲେ ସରକାରୀ ବାବୁ। ସରକାରୀ ଅଧିକାରୀଙ୍କ ଠାରୁ ଦୁଇ  ଲକ୍ଷ ୧୪ ହଜାର ଜବତ କରିଛି ଭିଜିଲାନ୍ସ। ଅଧିକାରୀ ଜଣକ ହେଉଛନ୍ତି ଓ୍ଵୟାରହାଉସ୍ କର୍ପୋରେସନ ଗୋଦାମ ଅଧୀକ୍ଷକ ଦେବୀପ୍ରସାଦ ମହାନ୍ତି। ଆଜି ନିମାପଡ଼ାରେ ବସକୁ ଅପେକ୍ଷା କରିଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ଆଉ ଏତେ ଟଙ୍କା କେଉଁଠୁ ଆସିଲା ଅଧୀକ୍ଷକ ତାର ଉତ୍ତର ଦେଇ ପାରିନଥିବା ଜଣା ଯାଇଛି।

ସୂଚନା ମୁତାବକ, ନଗଦ ଟଙ୍କା ସହ ଧରା ପଡ଼ିବା ପରେ ଦେବୀପ୍ରସାଦ ମହାନ୍ତିଙ୍କ ଭୁବନେଶ୍ୱର ୱେରହାଉସ କଲୋନୀରେ ଥିବା ସରକାରୀ କ୍ୱାର୍ଟସ ସହ ତିନୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ସରକାରୀ କ୍ଵାର୍ଟସରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ତାଙ୍କ ପାଖରୁ ୫୯ ହଜାର ଟଙ୍କା ଜବତ କରାଯାଇଛି | ଏହାକୁ ମିଶାଇ ତାଙ୍କ ପାଖରୁ ସମୁଦାୟ ୪ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଛି | ଅନ୍ୟପଟେ ଦେବୀପ୍ରସାଦ ମହାନ୍ତିଙ୍କ ଘର ସମେତ କାର୍ଯ୍ୟାଳୟରେ ଏବେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ