Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନକଟିକାନୀ ଗ୍ରାମପଞ୍ଚାୟତ ର ଚାଷୀ କୂଳ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରିବା ପାଇଁ ଗୋଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ଘେରାଉ

କଳାହାଣ୍ଡି, ୦୯/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନୀ ଗ୍ରାମପଞ୍ଚାୟତ ର ଚାଷୀ କୂଳ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରିବା ପାଇଁ ଗୋଲାମୁଣ୍ଡା ତହସିଲ ଅଫିସ ଘେରାଉ କରିଥିଲେ। ପ୍ରକାଶ ଥାଉ କି ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନୀ ଗ୍ରାମପଞ୍ଚାୟତ ରେ ଚଳିତ ୨୦୨୩ ମସିହାରେ ପ୍ରାଥମିକ ପର୍ଯ୍ୟାୟରୁ ବର୍ଷା ନ ହେବା ଯୋଗୁ ସମ୍ପୁର୍ଣ୍ଣ ଗଜା ମରୁଡି ସମସ୍ୟା ଚାଷୀଙ୍କୁ ହତାଶ୍ କରିଦେଇଥିଲା, ପରବର୍ତ୍ତୀ ସମୟରେ ଚାଷୀ ଋଣ କରଜ କରି ଚାଷ ଜମି ରେ ଚାଷ କରିଥିବା ବେଳେ ବର୍ତମାନ ସେହି ଚାଷ ଜମିରେ ପାଣି ଟୋପାଏ ନାହିଁ, ଚାଷ ଜମି ଶୁଖିଲା ପଡି ମାଟି ଫାଟି ଆଁ କଲାଣି, ଏ ଯାଏଁ ଚାଷୀ ରୁଆ ବେଉସା ଦେଇନାହିଁ, ବିଗତ ୪ ବର୍ଷ ଧରି ନକଟିକାନୀ ଗ୍ରାମପଞ୍ଚାୟତ ରେ ଅନାଟନ ମରୁଡି ଦେଖାଦେଉଥିବା ବେଳେ ଚାଷୀ ଫସଲ ବୀମା ଯୋଜନା ରୁ ବଞ୍ଚିତ ହୋଇଆସୁଛନ୍ତି, ଚଳିତ ବର୍ଷ ର ଭୟାବହ ମରୁଡ଼ି କୁ କେନ୍ଦ୍ର କରି ନକଟିକାନୀ ଗ୍ରାମପଞ୍ଚାୟତ ଅଧିନରେ ଥିବା ପ୍ରତ୍ୟେକ ଗାଁ ର ଚାଷୀ ନକଟିକାନୀ ପଞ୍ଚାୟତ କୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରିବା ପାଇଁ ହଜାର ହଜାର ସଂଖ୍ୟାରେ ଏକ୍ ଜୁଟ୍ ହୋଇ ଗୋଲାମୁଣ୍ଡା ପୁରୁଣା ଭାରତ ପଡ଼ିଆ ଠାରୁ ରୋଡ୍ ସୋ କରି ଗୋଲାମୁଣ୍ଡା କୃଷି ବିଭାଗ କାର୍ଯ୍ୟାଳୟ କୁ ଯାଇ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ସେହି ଠାରୁ ବିଭିନ୍ନ ନାରାବାଜି ଦେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତହସିଲଦାର ଅଫିସ୍ ରେ ଅନୁପସ୍ଥିତ ଥିବାରୁ ଚାଷୀ ଙ୍କ ପକ୍ଷରୁ କିଛି ସମୟ ତହସିଲଦାର ଙ୍କ ବିରୋଧରେ ହୋହଲ୍ଲା ବାତାବରଣ ସୃଷ୍ଟି ହୋଇଥିଲା। କିଛି ସମୟ ପରେ ତହସିଲଦାର ଆସିଥିଲେ ଏବଂ ଦାବି ପତ୍ର ଗ୍ରହଣ କରିଥିଲେ। ଗତ ୨୯/୦୯/୨୦୨୩ ତାରିଖ ଦିନ ନକଟିକାନୀ ପଞ୍ଚାୟତ କୁ ମରୁଡି ଘୋଷଣା କରିବା ପାଇଁ ଏକ ଲିଖିତ ମାଧ୍ୟମରେ ଜଣାଇ ଥିବାରୁ ଖୁଦ୍ ତହସିଲଦାର ଚାଷୀଙ୍କୁ ଆତ୍ମହତ୍ୟା କର ବୋଲି ନିର୍ଦ୍ଦେଶ ଦେଇଥିଲେ, ଏହି ନିର୍ଦ୍ଦେଶ କୁ ଚାଷୀ ପକ୍ଷରୁ ତିବ୍ର ବିରୋଧ କରାଯାଇଥିଲା, ତହସିଲଦାର ଚାଷୀଙ୍କ ସମ୍ମୁଖରେ ଭୁଲ ର କ୍ଷମା ମାଗିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଠିକ୍ ମୁହୁର୍ତ୍ତ ରେ ଓଡ଼ିଶା ସରକାର ପୂର୍ବତନ ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ବର୍ତ୍ତମାନ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଲୋକ ପ୍ରିୟ ଗୋଲାମୁଣ୍ଡା ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଏବଂ ବରିଷ୍ଠ ବିଜେଡି ନେତା ତଥା ବୃନ୍ଦାବାହାଲ ସରପଞ୍ଚ ଇଂ ଦିନେଶ କୁମାର ରାଉତ ପହଞ୍ଚି ବୁଝାମଣା କରିଥିଲେ। ଏବଂ ଦିବ୍ୟଶଙ୍କର ମିଶ୍ର କଳାହାଣ୍ଡି ଜିଲ୍ଲା ପାଳ ଙ୍କୁ ଫୋନ୍ ମାଧ୍ୟମରେ ନକଟିକାନୀ ପଞ୍ଚାୟତ କୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରିବା ପାଇଁ କହିଥିଲେ। ଚାଷୀ ମାନେ ପାଞ୍ଚ ଦଫା ଦାବି ପତ୍ର ଦେଇଛନ୍ତି ୧-ନକଟିକାନୀ ପଞ୍ଚାୟତ କୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରାଯାଉ ୨-ଗଜାମରୁଡିର ସହାୟତା ପ୍ରଦାନ କରାଯାଉ ୩-ପୁରୁଣା କ୍ରପ୍ କଟିଙ୍ଗ୍ ପ୍ରତ୍ୟାହାର କରାଯାଉ ୪-ଜଙ୍ଗଲ ଜମିରେ କ୍ରପ୍ କଟିଙ୍ଗ୍ କରାଯାଉ ୫-୨୦୨୧/୨୨ ମସିହା ର ଫସଲ ବୀମା ଯୋଜନା ରାଶି ପ୍ରଦାନ କରାଯାଉ ବୋଲି ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି । ଏହି ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ