ବ୍ରହ୍ମପୁର,:ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଗ୍ରାମପଞ୍ଚାୟତଗୁଡ଼ିକୁ ଲିଖିତଭାବେ ଅଖଣ୍ଡ କ୍ଷମତା ପ୍ରଦାନ ବ୍ୟବସ୍ଥା ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ବିଶେଷ କରି ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ପଞ୍ଚାୟତକୁ କ୍ଷମତା ପ୍ରଦାନ କରାଯାଇଥିଲା।କିନ୍ତୁ ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତରାଜ ସାମ୍ବିଧାନିକ ବ୍ୟବସ୍ଥାକୁ ମଧ୍ୟ କ୍ଷୁଣ୍ଣ କରାଯାଇଥିବାରୁ ‘ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ ସରପଞ୍ଚ ସଂଗଠନର ଓଡ଼ିଶା ଶାଖା ସଭାପତି ରବି ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରପଞ୍ଚମାନଙ୍କ ଦାବିକୁ ସମର୍ଥନ କରିବା ସହିତ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ।ଆସିକା ନିକଟସ୍ଥ ବାଲିଶିରା ଠାରେ ଗଂଜାମ ଜିଲ୍ଲା ସରପଞ୍ଚ ସଂଘର ସାଧାରଣ ପରିଷଦ ବୈଠକରେ ସଂଘର ସଭାପତି ତଥା ଦକ୍ଷିଣାଞ୍ଚଳ ଜୋନ୍ ସଭାପତି ଭବାନୀ ଶଙ୍କର ମଳିକ (ଟୁଟୁ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ୧୯ଟି ବ୍ଲକର ପ୍ରାୟ ୨୨୦ ଜଣ ସରପଞ୍ଚ ଯୋଗ ଦେଇଥିଲେ । ଦାବିଗୁଡ଼ିକ ମଧ୍ୟରେ ଏହି ସମାବେଶରେ ମୁଖ୍ୟତଃ ବର୍ତ୍ତମାନ ଅାମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଯେଉଁ ଅନୁଦାନ ରାଶି ପ୍ରଦାନ କରିଛନ୍ତି ତାହା ସଂପୂର୍ଣ୍ଣ ସରପଞ୍ଚଙ୍କ ନିୟନ୍ତ୍ରଣରେ ବ୍ୟୟ କରାଯାଉ। ପଲ୍ଲୀସଭା / ଗ୍ରାମସଭାରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ୧୧ଗୋଟି ସରକାରୀ ବିଭାଗର ୨୯ ଗୋଟି ବିଷୟକୁ ପଞ୍ଚାୟତ ବ୍ୟବସ୍ଥାରେ ହସ୍ତାନ୍ତର କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ।ଫଳରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା କାର୍ଯ୍ୟକାରୀ ହେବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି।୨୦୨୧ ଜନଗଣନା ଅନୁଯାୟୀ ହିତାଧିକାରୀଙ୍କୁ ରାସନ୍ କାର୍ଡ଼ ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।ବର୍ତ୍ତମାନ ସରପଞ୍ଚଙ୍କ ଦରମା ୨୩୫୦ ଟଙ୍କା ଦିଆଯାଉଅଛି,ଏହାକୁ ୨୦ ହଜାରକୁ ବୃଦ୍ଧି କରିବା ଓ କାର୍ଯ୍ୟରତ ସରପଞ୍ଚଙ୍କୁ ମୃତ୍ୟୁକାଳିନ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଭ୍ରତି ଦାବି ରହିଛି।ବୈଠକରେ ୧୫ ଦଫା ଦାବି ଗୃହୀତ ହୋଇଥିଲା ା ଏହି ବୈଠକରେ ଆସିକା ବ୍ଲକ୍ ସରପଞ୍ଚ ସଂଘର ସଭାପତି ନୀଳାଞ୍ଚଳ ଗୌଡ଼, ବେଳଗୁଣ୍ଠା ସଭାପତି ସତ୍ୟବାନ ସାହୁ, ବେଗୁନିଅାପଡ଼ା ସଭାପତି ଶିବଶଙ୍କର ବେହେରା, ଭଞ୍ଜନଗର ସଭାପତି ସୁକାନ୍ତ କୁମାର ମଲ୍ଲିକ, ବୁଗୁଡ଼ା ସଭାପତି ସଞ୍ଜୟ କୁମାର ବିଶ୍ୱାଳ, ଛତ୍ରପୁରର ସଭାପତି ଭଗବାନ ବେହେରା, ହିଞ୍ଜିଳିରୁ ସୁରେଶ ବରାଡ଼, କବିସୂର୍ଯ୍ୟନଗରରୁ ସତ୍ୟବାନ ସାହୁ, ଖଲ୍ଲିକୋଟ ପ୍ରକାଶ ଶର୍ମା, କୁକୁଡ଼ାଖଣ୍ଡିରୁ ଦେବାଶିଷ ସେଠୀ, ପୁରୁଷୋତ୍ତମପୁରରୁ ସୁଧାକର ଗୌଡ଼, ସାନଖେମୁଣ୍ଡିରୁ ବର୍ଷାରାଣୀ ସେଠୀ, ସୋରଡ଼ାରୁ ଦେବରାଜ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲୋ ସଂଘର କର୍ମକର୍ତ୍ତା ନିର୍ବାଚନ କରାଯାଇ ଦକ୍ଷିଣାଞ୍ଚଳ ଜୋନ୍ ପାଇଁ ଜୋନ୍ ସଭାପତି ଭାବେ ଭବାନୀ ଶଙ୍କର ମଲ୍ଲିକ (ଟୁଟୁ), ଗଂଜାମ ଜିଲ୍ଲା ସଭାପତି ଭାବେ ମନୋରଞ୍ଜନ ଗୌଡ଼, କାର୍ଯ୍ୟକାରୀ ସଭାପତି କାନ୍ତି କୁମାରୀ ଦେବୀ, ଉପସଭାପତି କୃଷ୍ଣ ଭୋଳ, ରମେଶ ଦଳେଇ, ମିନତୀ ସେଠୀ, ରାଜଲକ୍ଷ୍ମୀ ଦାଶ, ସଂପାଦକ ଭାବେ ଟୁକୁନା ଦାଶ, ସହ ସମ୍ପାଦକ ସତ୍ୟବାନ ସାହୁ, କୋଷାକ୍ଷ ନୀଳାଞ୍ଚଳ ଗୌଡ଼, ଉପଦେଷ୍ଟା ଭାବେ ଅନୀଳ କୁମାର ପାଠୀ, ବି. କୃଷ୍ଣରାଓ ସୁବୁଦ୍ଧି, ପଙ୍କଜ ସେଠୀ, ସତ୍ୟବାଦୀ ସ୍ବାଇଁ, ଗଣପତି ସାହୁ, ରବୀଚନ୍ଦ୍ର ଗୌଡ଼, ଅାଇନ ପରାମର୍ଶଦାତା ଭାବେ ଅଜିତ କୁମାର ଚୌଧୁରୀ ମନୋନୀତ ହୋଇଛନ୍ତି।
ପଞ୍ଚାୟତରାଜ ସାମ୍ବିଧାନିକ ବ୍ୟବସ୍ଥାକୁ କ୍ଷୁଣ୍ଣ କନେଇ ଗଂଜାମ ଜିଲ୍ଲା ସରପଞ୍ଚ ସଂଗଠନର କ୍ଷୋଭ
