Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାହସୀ ହେବା:ଆଖିର ଯତ୍ନ ନେବା

ସମ୍ବଲପୁର:ଆଜି ସ୍ଥାନିୟ ପବ୍ଲିକ ଲାଇବ୍ରେରି ଠାରେ ରାଷ୍ଟ୍ରଗଠନ ରେ ଯୁବପ୍ରସ୍ତୁତି ଧାରାବାହିକ ପ୍ରଶିଷଣ ଶିବିରର ତ୍ରୟୋବିଂଶ ସପ୍ତାହର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ମାଁ ଵାଗଦେବୀଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ମରକ୍କୋ ଠାରେ ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଥିଲା।ପ୍ରଥମ ଅଧିବେଶନର ପ୍ରଶିକ୍ଷକ ହରିନାରାୟଣ ପଣ୍ଡା ସାହସ ଓ ଦୁଃସାହସ ର ବିଭିନ୍ନ ଦିଗ ଉପରେ ତାଙ୍କର ଶିକ୍ଷାଦାନ ଆରମ୍ଭ କରି ପିଲାଙ୍କୁ ସାହସୀ ହେବାକୁ ଆହ୍ବାନ ଦେଇଥିଲେ ଦ୍ଵିତୀୟ ଅଧିବେଶନ କୁ ଖ୍ୟାିତିସଂପନ୍ନ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁରେଶ ଚନ୍ଦ୍ର ଦାନି ଆରମ୍ଭ କରି ମଣିଷ ର ଅଙ୍ଗ ମାନଙ୍କ ମଧ୍ୟରେ ଚକ୍ଷୁର ଗୁରୁତ୍ଵ ଓ ଏହାର ଯତ୍ନ ଉପରେ ବିଭିନ୍ନ ଉଦାହରଣ ସହ ବୁଝେଇ ପିଲାଙ୍କୁ ଆଖି ଆମର ଅମୂଲ୍ୟ ରତ୍ନ ଏଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜକ ରାଜେନ୍ଦ୍ର କୁମାର ପଣ୍ଡା ସମଗ୍ର ବ୍ୟବସ୍ଥାକୁ ପରିଚାଳନା କରିଥିବାବେଳେ ପିଲାଙ୍କୁ ପ୍ରେରଣା ଦେବାପାଇଁ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ସମ୍ପାଦକ ରଘୁନାଥମିଶ୍ର,ପ୍ରଫେସର ରବିନାରାୟଣ ମିଶ୍ର ,ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ଡ଼. ଗିରିଧାରୀ ହୋତା, ଡ଼. ଜୟଦେବ ମେହେରର,ବିଭୂତି ନାରାୟଣ ମାଝୀ, ଗୋଳକ ବିହାରୀ ମିଶ୍ର ,ଶିବଶଙ୍କର ଷଡ଼ଙ୍ଗୀ,ଗୋପୀନାଥ ମିଶ୍ର,ଉଦିତ ଚନ୍ଦ୍ର ପାଟଯୋଶୀ ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ବିଜୟ କୁମାର ସାହୁ ଓ ସୁନନ୍ଦା ପ୍ରଧାନ ବୈଷୟିକ ଜ୍ଞାନ କୌଶଳରେ ସହଯୋଗ କରିଥିଲେ।ଆଜିର ପ୍ରଶିକ୍ଷଣ ଶିବିର ରେ ମୋଟ ୧୨ଟି ହାଇସ୍କୁଲ ରୁ ୨୫ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।ଶେଷର ଧନ୍ୟବାଦ ଓ ଜାତୀୟ ସଙ୍ଗୀତ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।