ରଥ ପୁର୍ ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିବାଦ କରିଛନ୍ତି କଳାବ୍ଯାଚ ପରିଧାନ କରି


ବୀରମହାରାଜପୁର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଙ୍ଘର ଆହ୍ବାନ କ୍ରମେ ୨୦ ଦଫା ଦାବି ନେଇ ବୀରମହାରାଜପୁର ବ୍ଲକ ରଥପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଶନିବାର ଠାରୁ କଳାବ୍ୟାଜ୍ ପରିଧାନ କରିଥିବା ଜଣାଯାଇଛି । ଏହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ୬ଟି ଯାକ ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ କଳାବ୍ୟାଚ ପରିଧାନ କରିଥିବା ପ୍ରକାଶ । ସୂଚନା ମତେ ପ୍ରତ୍ୟେକ ବ୍ଲକର ଗରିବ ପିଲାମାନେ ଇଂରାଜୀ ମାଧ୍ୟମରେ ମାଗଣା ଶିକ୍ଷା ପାଇବାର ଲକ୍ଷ୍ୟ ନେଇ ୨୦୧୬ ମସିହାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ବିଗତ ବର୍ଷମାନଙ୍କରେ ସର୍ବଭାରତୀୟ ସ୍ତରରେ ସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଭାବରେ ଦେଶର ଶ୍ରେଷ୍ଠ ୧୦ଟି ତାଲିକାରେ ଏହାର ସ୍ଥାନ ରହିଛି । ମାତ୍ର ପରିତାପର ବିଷୟ ଏଠାରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଅନେକ ପ୍ରକାରର ସରକାରୀ ସୁବିଧା ସୁଯୋଗ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିଯୁକ୍ତି ନିୟମରେ ରହିଥିବା ବ୍ୟବସ୍ଥା ସବୁ ଦୀର୍ଘ ୭ ବର୍ଷ ପରେ ମଧ୍ୟ ଲାଗୁ ହୋଇପାରି ନାହିଁ । ଚାକିରୀ ସର୍ତ୍ତାବଳୀ ଓ କ୍ୟାଡ଼ର ନିୟମାବଳୀ ମଧ୍ୟ ଏ ପର୍ଯ୍ୟନ୍ତ ଲାଗୁ କରାଯାଇ ନାହିଁ । ପଦୋନ୍ନତି ପ୍ରକ୍ରିୟାରେ ଶତକଡା ୫୦ ଭାଗ ସ୍ଥାନ କାର୍ଯ୍ୟରତ ଶିକ୍ଷକଙ୍କ ପାଇଁ ସଂରକ୍ଷିତ ଥିଲେ ସୁଦ୍ଧା ତାହା ଏଯାଏ କାର୍ଯ୍ୟକାରୀ ହୋଇନାହିଁ । ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା (ଏଚଆରଏମଏସ) ମାଧ୍ୟମରେ ସମସ୍ତ ଓଏଭି ଶିକ୍ଷକଙ୍କ ଦରମା ପ୍ରଦାନ , ଓଏଭିସ୍ ନିୟମର କ୍ରମାଙ୍କ ୧୫ ଓ ୧୯ର ସଂଶୋଧନ , ଓଏଭିର ଦିବଂଗତ ୧୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଙ୍କ ପରିବାର ଲୋକଙ୍କୁ ସରକାରୀ ସୁବିଧା ପ୍ରଦାନ , ରିହାବିଲେସନ୍ ସ୍କୀମ ଲାଗୁ କରିବା ଆଦି ଦାବି ମହାସଂଘ ପକ୍ଷରୁ ଉପସ୍ଥାପନ କରାଯାଇଛି ।