Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଇକେଲରେ କାଠ ଗଣ୍ଡି ଚୋରା ଚାଲାଣ ହେଉଥିବା ବେଳେ ଦୁଇ ଗିରଫ ଓ କୋର୍ଟ ଚାଲଣ , 4 ସାଇକେଲ ସହ 16 ଶାଳ କାଠ ଗଣ୍ଡି ଜବତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିନସ୍ଥ ସିଂହାସନ ସଂରକ୍ଷିତ ଜଙ୍ଗଲରୁ ସାଳ ଗଣ୍ଡି ଚୋରା ଚାଲାଣ କରୁଥିବା ବେଳେ ବନବିଭାଗ ଚଢାଉ କରି ୨ ଅଭିଯୁକ୍ତ ଙ୍କୁ ଧରିବା ରେ ସଫଳ ହୋଇଥିବା ବେଳେ ୪ ଗୋଟି ସାଇକେଲ ଏବଂ ୧୬ ଟି ସାଳ ଗଣ୍ଡି ଜବତ କରିଛି। ଅଭିଯୁକ୍ତ ମାନେ ସୁଲିଆ ଗ୍ରାମର ଜଗତୁ ପଧାନ(୩୫) ଏବଂ ଶିବ ବଗତ (୨୬) ବୋଲି ଜଣାପଡିଛି। ସୂଚନା ମୁତାବକ ବ୍ରାହ୍ମଣୀପାଲି ସ୍ଥିତ ସିଂହାସନ ସଂରକ୍ଷିତ ଜଙ୍ଗଲରୁ ସାଳ ଗଣ୍ଡି ଚୋରା ହେଉଥିବା ନେଇ ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ଡିଏଫଓ ଙ୍କ ନିର୍ଦ୍ଦେଶ କ୍ରମେ ଉଲୁଣ୍ଡା ରେଞ୍ଜର ସଞ୍ଜିବ ରାଉତ ଙ୍କ ନେତ୍ରୁତ୍ଵରେ ଏକ ୧୫ ଜଣିଆ ଟିମ ଉକ୍ତ ଜଙ୍ଗଲରେ ଚଢାଉ କରିଥିଲେ । ବିଳମ୍ବିତ ରାତ୍ରୀ ସମୟରେ ୪ ଗୋଟି ସାଇକେଲ ଯୋଗେ ଶାଳ ଗଣ୍ଡି ଚୋରା ଚାଲାଣ ହେଉଥିବା ଦେଖି ଟିମ ଚଢାଉ କରିଥିଲେ । ଚଡାଉ ସମୟରେ ୨ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଚଢାଉ ରେ ସାମିଲ ଥିବା ଆଉ କିଛି ଅଭିଯୁକ୍ତ ଘଟଣା ସ୍ଥଳରୁ ସାଇକେଲ ଛାଡି ଫେରାର ହୋଇଯାଇଥିଲେ । ତେବେ ଉକ୍ତ ଚଢାଉରେ ୪ ସାଇକେଲ ସମେତ ୧୬ ଖଣ୍ଡ ଶାଳ ଗଣ୍ଡି ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ଯ ୧ ଲକ୍ଷ ଟଙ୍କା ହେଇପାରେ ବୋଲି ଜଣାପଡିଛି । ଅନ୍ଯପଟେ ଅଟକ ରଖିଥିବା ଅଭିଯୁକ୍ତ ମାନଙ୍କୁ ଅଧିକ ତଦନ୍ତ ପରେ ମାମଲା ରୁଜୁ କରି ସୋମବାର କୋର୍ଟ ଚାଲାଣ କରିଥିବା ଵେଳେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ୩ ଜଣ ଅଭିଯୁକ୍ତ ନିରଞ୍ଜନ ମହାଲିଙ୍ଗ , ସୁଦାମ ମହାନ୍ଦ , କୁନୁ ତରିଆ ଙ୍କ ନାମରେ ମଧ୍ଯ ମାମଲା ରୁଜୁ ହୋଇଥିବା ରେଞ୍ଜର ସଞ୍ଜିବ ରାଉତ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ