ଗୋବିନ୍ଦତୋଳା ପରିବା ବଜାର: ବଦଳିଲା ହେଲେ କାମ ହେଉନି,ଦାୟି କିଏ?


ଗୋବିନ୍ଦତୋଳା ହରଡ଼ଜୋର ଦ୍ଵିତୀୟ ବ୍ରିଜ ରୁ ପରିବା ବଜାର ନବ ନିର୍ମିତ ବଜାର କୁ ସ୍ଥାନାନ୍ତରିତ ହେଲା, ହେଲେ ହେଇପାରିଲାନି ସମସ୍ୟା ର ସମାଧାନ ll
ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋବିନ୍ଦତୋଳା ଠାରେ ପରିବା ବଜାର ଅନେକ କିଛି ବର୍ଷ ହେଲା ନିର୍ମାଣ କରାଯାଇଛି l ହେଲେ ଗୋବିନ୍ଦତୋଳା ହରଡ଼ ଜୋର ଉପରେ ଯାତାୟାତ ର ସୁବିଧା ପାଇଁ ଦ୍ଵିତୀୟ ବ୍ରିଜ ନିର୍ମାଣ ହେଲା ପରେ ବ୍ରିଜ ଉପରେ ଜୋର ଜବରଦସ୍ତ ପରିବା ବିକାଳୀ ମାନେ ବଜାର ବସାଇଲେ l ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷ ସେମାନଙ୍କ ଠାରୁ ଟିକସ ବି ଆଦାୟ କରିଚାଲିଲେ l ଅନେକ ପ୍ରତିବାଦ ଓ ଅଭିଯୋଗ ପରେ ପରିବା ବଜାର ଟି ପୂର୍ବ ବଜାର କୁ ସ୍ଥାନାନ୍ତରିତ ହେଲେ, ସମସ୍ୟା ର ସମାଧାନ ବଦଳରେ ସମସ୍ୟା ବଢିଚାଲିବା ଦୁର୍ଭାଗ୍ୟ ର ବିଷୟ ବୋଲି ସମାଜସେବୀ ସୂର୍ଯ୍ୟ ପାଣିଗ୍ରାହୀ ଉଦବେଗ ପ୍ରକାଶ କରିଛନ୍ତି l
ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ଯେ, ସମ୍ବଲପୁର ମହାନଗର ନିଗମ କର୍ତୃପକ୍ଷ ଠିକାଦାର ମାଧ୍ୟମ ରେ ବିକାଳୀ ମାନଙ୍କ ଠାରୁ ଟିକସ ଆଦାୟ କରୁଛନ୍ତି ସତ, ହେଲେ ବଜାର କୁ ଆଜିଯାଏ ବ୍ୟବସ୍ଥିତ କରିପାରିନାହାନ୍ତି l ଆଜିବି ପରିବା ବଜାର ରେ ଥିବା ପିଣ୍ଡି ରେ ନ ବସି ରାସ୍ତା ଉପରେ ବସୁନାହାନ୍ତି l ଯଦ୍ୱାରା ମାରୁତି ନଗର କୁ ଯାଉଥିବା ମୁଖ୍ୟ ରାସ୍ତାଟି ସମ୍ପୂର୍ଣ୍ଣ ସଂକୁଚିତ ହୋଇଯାଉଛି ଏବଂ ନାହିଁନଥିବା ସମସ୍ୟା ର ସମ୍ବୁଖିନ ହେଉଛନ୍ତି ମାରୁତିନଗର ବାସୀ l
ମହାନଗର ନିଗମ କର୍ତ୍ତୃପକ୍ଷ ତଥା ପରିବା ବଜାର ଙ୍କୁ ଠିକା ରେ ନେଇଥିବା ସମ୍ପୃକ୍ତ ଠିକାଦାର ଙ୍କର ତତ୍ପରତା ଓ ସୁପରିଚାଳନା ର ଅଭାବ ରୁ ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି ଏକ ପ୍ରେସ ବିବୃତି ରେ ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରୁଛନ୍ତି l
ସମାଜସେବୀ ଶ୍ରୀ ପାଣିଗ୍ରାହୀ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ଏହି ଗୋବିନ୍ଦତୋଳା ପରିବା ବଜାର ର ପାର୍ଶ୍ୱବର୍ତ୍ତୀ ସରକାରୀ ଜମି କୁ ଜବରଦଖଲ କାରୀ ଙ୍କର ପାଖରୁ ଉଚ୍ଛେଦ କରାଯାଉ ଏବଂ ବିକାଳୀ ମାନଙ୍କ ପାଇଁ ଆହୁରି ପିଣ୍ଡି ନିର୍ମାଣ କରଯାଉ ଓ ରାସ୍ତା ଉପରେ ବସିବାରୁ ବାରଣ କରାଯାଉ l ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷ ଏହି ସମସ୍ୟା ର ଦୂରୀକରଣ ପାଇଁ ଗୁରତ୍ୱ ର ସହ ବିଚାର କରି ସମାଧାନ କରିବାକୁ ସମାଜସେବୀ ଶ୍ରୀ ପାଣିଗ୍ରାହୀ ଦାବୀ ଜଣାଇଛନ୍ତି l