Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢିଲା ସୌରିନ ଭଟ୍ଟଙ୍କ ମୁସ୍କିଲ, ଲୁକଆଉଟ୍ ନୋଟିସ୍ ପରେ ଫ୍ରିଜ୍ ହେବ ବ୍ୟାଙ୍କ ଆକାଉଣ୍ଟ

କଟକ: ମହିଳା ନିର୍ଯାତନା ମାମଲାରେ ଫେରାର ଅଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ମୁସ୍କିଲ ବଢିବାରେ ଲାଗିଛି। ତାଙ୍କ ଗିରଫଦାରୀ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଲୁକଆଉଟ୍ ନୋଟିସ୍ ଜାରି ହୋଇ ସାରିଥିବା ବେଳେ ଏବେ ସୌରିନଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ମହିଳା ଥାନା ପକ୍ଷରୁ ଚିଠି ଲେଖା ହୋଇଛି। କୋଲକାତାର ବ୍ୟାଙ୍କ ଅଫ ବରୋଦା ଓ କର୍ପୋରେସନ ବ୍ୟାଙ୍କକୁ ଏହି ଚିଠି ଲେଖା ଯାଇଛି।

ସୌରିନଙ୍କୁ ଗିରଫ କରିବା ପାଇଁ ଗଠିତ ସ୍ଵତନ୍ତ୍ର ଟିମର ଉଦ୍ୟମ ଜାରି ରହିଛି। କୋଲକାତା ଓ ମୁମ୍ବାଇରେ ଅଭିଯୁକ୍ତ କଣ୍ଠଶିଳ୍ପୀଙ୍କ ସନ୍ଧାନ କରାଯାଉଛି। ସୌରିନଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ମହିଳା ଥାନା ପକ୍ଷରୁ କୋଲକାତାର ବ୍ୟାଙ୍କ ଅଫ ବରୋଦା ଓ କର୍ପୋରେସନ ବ୍ୟାଙ୍କକୁ ଏହି ଚିଠି ଲେଖା ଯାଇଛି। ହାଇକୋର୍ଟରେ ଜାମିନ ଆବେଦନ ଖାରଜ ପରେ ଜୁଲାଇ ୨୫ ତାରିଖଠୁ ସୌରିନଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଛି। ଗତ ମାସ ୩୧ ତାରିଖରେ ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ କରିବା ସହ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ।

ସୂଚନାଯୋଗ୍ୟ, ଅଗଷ୍ଟ ସାତ ତାରିଖରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର କଣ୍ଠଶିଳ୍ପୀ ସୌରିନ କଟକ ମହିଳା ଥାନାରେ ହାଜର ହୋଇଥିଲେ। ଠକେଇ ଓ ଯୌନ ନିର‌୍ୟାତନା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୌରିନ ଭଟ୍ଟ ଥାନାରେ ହାଜର ହୋଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ, ମୋ ବିରୁଦ୍ଧରେ ଆସିଥିବା ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ। ଏପରିକି ମୁଁ ସେ ଅଭିଯୋଗକାରିଣୀ କିଏ ମୁଁ ଚିହ୍ନିନି। ସମୟ ଆସିଲେ ସବୁ ସତ ଜଣା ପଡ଼ିବ ବୋଲି କଣ୍ଠଶିଳ୍ପୀ ସୌରିନ ଭଟ୍ଟ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ