Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ମାସ ହେଲା ସରଖଣ୍ଡି ଅନ୍ଧାରରେ:ଏଡିଏମଙ୍କୁ ଭେଟିଲେ ଗ୍ରାମବାସୀ

ସମ୍ବଲପୁର(ଡଙ୍ଗରପଡା): ଯୁଯୋମୁରା ବ୍ଲକ ଡଙ୍ଗରପଡା ପଞ୍ଚାୟତରେ ବିଜୁଳି ବିଭ୍ରାଟ ଲାଗିରହିଛି। ଏହି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ସରଖଣ୍ଡି ଗ୍ରାମ ଗତ ୨ ମାସ ଧରି ଅନ୍ଧାରରେ ରହିଥିଲେବି ଟିପିଡବ୍ଲୁଡିଏଲର ନଜର ପଡୁନି ଏହି ଆଦିବାସୀ ଗାଁକୁ। ଗତ ୨ ମାସ ହେଲା ଟ୍ରାନ୍ସଫର୍ମର ପୋଡି ଯାଇଥିବା ନେଇ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇବା ସତ୍ତ୍ୱେ ଏଥିରେ ସୁଧାର ଆସୁନାହିଁ ।ଏପରିକି ନୂତନ ଟ୍ରାନ୍ସଫରମର ପାଇଁ ଗ୍ରାମବାସୀ ୨ କିସ୍ତିରେ ୪୬ ଓ ୩୮ ଏପରି ୮୪ ହଜାର ଟଙ୍କା ଡିପୋଜିଟ ହୋଇଥିଲେ ବିଭଗ ଅନ୍ଧାରରେ ରଖିଛି ସରଖଣ୍ଡିକୁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ଶେଷରେ ଆଜି ଜିଲ୍ଲାପାଳଙ୍କୁ ଭେଟିବାକୁ ଆସି ତାଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରଦୀପ କୁମାର ସାହୁଙ୍କୁ ଭେଟି ତୁରନ୍ତ ଟ୍ରାନ୍ସଫର୍ମର ଲଗାଇବାକୁ ଦାବି କରିଛନ୍ତି। ଅଞ୍ଚଳର ବରିଷ୍ଠ ନେତା ସୁବୋଧ କୁମାର ବେହେରାଙ୍କ ନେତୃତ୍ୱରେ ସମାଜସେବୀ ଡା.ରାଜାରାମ ଷଡଙ୍ଗୀ,ଜଳନ୍ଦର ମିର୍ଦ୍ଧା,ଅଶ୍ୱନୀ ଛତର,ନିରୂପମା ମିର୍ଦ୍ଧା,ପ୍ରତିମା ବାଗ ପ୍ରମୂଖ ୨୫ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଟ୍ରାନ୍ସଫରମର ଅଭାବରେ ଗାଁରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ବର୍ତ୍ତମାନ ବର୍ଷା ଦିନ ଓ ଅଞ୍ଚଲରେ ସାପ ଭଳି ବିଭିନ୍ନ ବିଶାକ୍ତ ସରିସୃପ ରହୁଥିବାରି ଘଡିଘଡିକେଜୀବନ ପ୍ରତି ବିପଦ ରହୁଛି । ଏପରିକି ପାଠ ପଢାରେ ବ୍ୟାପକ ବ୍ୟାଘାତ ଘଟୁଛି।ଏଠାରେ ୫୦ ରୁ ଉର୍ଦ୍ଧ୍ବ ବିଦ୍ୟୁତ ଉପଭୋକ୍ତା ରହିଥିବା ବେଳେ ଏମାନଙ୍କ ଜୀବନଧାରଣର ମୌଳିକ ସେବା ପ୍ରତି ବିଭାଗୀୟ ଅବହେଲାକୁ ନେଇ ଗ୍ରାମବାସୀ ଅତିରିକ୍ତ ଜିଲ୍ଳାପାଳଙ୍କୁ ଭେଟିବା ସତ୍ତ୍ୱେ ଏଥିରେ ସୁଫଳ ନମିଳିଲେ ଜନ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଏହି ଦାବି ପତ୍ରରେ ଚେତାବନୀ ଦର୍ଶାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ