ମହାନଗର ନିଗମମ:୫ୱାର୍ଡରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ


ସମ୍ବଲପୁର:ବିଗତ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶତାଧିକ ଜନକଲ୍ୟାଣକାରୀ ଯୋଜନାମାନ ହାତକୁ ନେଇଛନ୍ତି । ସେଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ ମହତ୍ୱପୂର୍ଣ୍ଣ ଗରିବ ଉତ୍ଥାନକାରୀ ଯୋଜନା ।ସେହି ଲକ୍ଷରେ ଆଜି ସ୍ଥାନୀୟ ଶାନ୍ତିନଗର ଭୀମଭୋଇ କଲ୍ୟାଣ ମଣ୍ଡପ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରିଥିଲେ । ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ର ପାଞ୍ଚଗୋଟି ୱାର୍ଡ ର ୩୦୦ ରୁ ଉର୍ଦ୍ଧ୍ବ ଜଣ ହିତାଧିକାରୀ ଙ୍କୁ ଆଜି କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ।କାର୍ଯ୍ୟାଦେଶ ପାଇବାର ତିନି ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ କୋଡ଼ିଏ ହଜାର ଓ ଛ ମାସ ମଧ୍ୟରେ ଗୃହ ନିର୍ମାଣ ସପୂର୍ଣ୍ଣ କଲେ ଦଶ ହଜାର ଟଙ୍କା ବୋନସ ର ବ୍ୟବସ୍ଥା ରହିଛି । ଏଣୁ ଯେତେ ଶିଘ୍ର ହେବ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ବୋନସ ର ଲାଭ ଉଠାଇବାକୁ କାର୍ଯ୍ୟାଦେଶ ବଣ୍ଟନ ଅବସରରେ ବିଧାୟକ ଶ୍ରୀନାୟକ ହିତାଧିକାରୀ ଙ୍କୁ ଅନୁରୋଧ କରିଥିଲେ ।
ଆଜିର ଏହି ବିଶେଷ କାର୍ଯ୍ୟକ୍ରମରେ ମହାନଗର ନିଗମ ଅଧିକାରୀଙ୍କ ସମେତ ବିଜେପି ର ମନ ମୋହନ ପଣ୍ଡା, ଦୟାନିଧି ପ୍ରଧାନ, ଦୀପକ ଦାସ, ଗୋପାଲ ମହାନନ୍ଦ, ସୁଜିତ ବଢେଇ ପ୍ରମୁଖ ଉପସ୍ଥିତ ରହିଥିଲେ ।