Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଘୁଚାପଜନିତ ବର୍ଷା ସମ୍ଭାବନା, ଆଜି ୪ଟାରେ ଖୋଲିବ ହୀରାକୁଦର ୨ଟି ଗେଟ୍

ସମ୍ବଲପୁର: ଆଜି ଅପରାହ୍ଣ ୪ଟାରେ ଖୋଲିବ ହୀରାକୁଦ ଡ୍ୟାମର ୨ଟି ଗେଟ୍। ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା ସମ୍ଭାବନା ଥିବାରୁ ଡ୍ୟାମ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ବୁଧବାର ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍ ରହିଥିଲା।

ସୂଚନାଯୋଗ୍ୟ, ଜୁଲାଇ ମାସରେ ଏବଂ ଅଗଷ୍ଟ ପ୍ରଥମ ସପ୍ତାହରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଚଳିତ ବର୍ଷା ସର୍ବାଧିକ ୨୦ ଗେଟ୍ ଦେଇ ଜଳ ନିଷ୍କାସନ ହୋଇଥିଲା। ପରେ ବର୍ଷା କମିବାରୁ ପର୍ଯ୍ୟାୟକ୍ରମେ ଗେଟ୍ ବନ୍ଦ କରାଯାଇଥିଲା। କିନ୍ତୁ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଜଳଭଣ୍ଡାରରେ ଉତ୍କଟ ସମସ୍ୟା ସୃଷ୍ଟି କରିଥିଲା। କାରଣ ଅଗଷ୍ଟ ମାସରେ ଜଳ ଭଣ୍ଡାରର ଜଳସ୍ତର ୬୨୭ ଫୁଟ୍ ରହିବା କଥା। କିନ୍ତୁ ଥିଲା ପାଖାପାଖି ୬୨୦ ଫୁଟ୍ ଯାହା ୬ ଫୁଟ୍ କମ୍।

ତ୍ରୁଟିଗତ ଜଳ ପରିଚାଳନା ନେଇ ପ୍ରଶ୍ନ ଉଠିଥିଲା। ସେହି ସମୟରେ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। କିନ୍ତୁ ଗେଟ୍ ବନ୍ଦ ହେବା ପରେ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୨୮.୧୦ ଫୁଟରେ ପହଞ୍ଚିଛି। ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା ସମ୍ଭାବନା ଥିବାରୁ ଡ୍ୟାମ କର୍ତ୍ତୃପକ୍ଷ ଏବେ ୨ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ