ଏଲିଅନର ମୃତଦେହ ସନ୍ଧାନ !


ସତରେ କଣ ଏଲିଅନ ଅଛନ୍ତି? ଉତ୍ତର ଆସୁଛି ହଁ। ଏଲିଅନ ଅଛନ୍ତି, ବୈଜ୍ଞାନିକମାନେ ପ୍ରଦର୍ଶନ କଲେ ୧୦୦୦ ବର୍ଷ ତଳର ୨ଟି ଏଲିଅନର ମୃତଶରୀର। ଏହି ରହସ୍ୟ ଉପରୁ ଏବେ ମେକ୍ସିକୋର ବୈଜ୍ଞାନିକମାନେ ପରଦା ହଟାଇଛନ୍ତି । ଏକାଧିକ ରିପୋର୍ଟରୁ ଜଣାପଡିଛି ମେକ୍ସିକୋରେ ୨ଟି ଏଲିଅନର ମୃତଦେହର ସନ୍ଧାନ କରାଯାଇଛି ।
ମେକ୍ସିକୋ କଂଗ୍ରେସ ପକ୍ଷରୁ ଏକ ଅଧିବେଶନର ଆୟୋଜନ କରାଯାଇ ସେଥିରେ ବୈଜ୍ଞାନିକମାନେ ୨ଟି ଏପରି ମୃତଦେହ ପ୍ରଦର୍ଶିତ କରିଛନ୍ତି ଯାହା ମଣିଷ ନୁହଁନ୍ତି କି ପୃଥିବୀରେ ଚଳପ୍ରଚଳ ହେଉଥିବା କୌଣସି ପ୍ରାଣୀ ବି ନୁହଁନ୍ତି ।
ତେଣୁ ଏହାକୁ ଏଲିଅନର ମୃତଦେହ ବୋଲି କୁହାଯାଉଛି ଯାହା ୧,୦୦୦ ବର୍ଷ ପୁରୁଣା । ଏହି ୨ଟି ମୃତଦେହ ପେରୁର କୁସ୍କୋରୁ ଉଦ୍ଧାର କରାଯାଇଛି । ଏଲିଅନଙ୍କ ମୃତଦେହର ଏକ ଭିଡିଓ ମଧ୍ୟ ମେକ୍ସିକୋ କଂଗ୍ରେସରେ ପ୍ରଦର୍ଶିତ ହୋଇଛି ଯାହା ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି ।
ମେକ୍ସିକୋ କଂଗ୍ରେସରେ ଆୟୋଜିତ ଏହି ସ୍ୱତନ୍ତ୍ର ଅଧିବେଶନକୁ ମେକ୍ସିକାନ ଜର୍ଣ୍ଣାଲିଷ୍ଟ ଓ ୟୁଫୋଲୋଜିଷ୍ଟ ଜେମ୍ ମାଉସାନ ପରିଚାଳନା କରିଥିଲେ । ଜେମ୍ ବହୁ ଦଶନ୍ଧି ଧରି ବୈଜ୍ଞାନିକମାନଙ୍କ ସହ ମିଶି ପୃଥିବୀ ବାହାରର ଅପରିଚିତ ବସ୍ତୁ ବା ଦ୍ରବ୍ୟ ବିଷୟରେ ଅଧ୍ୟୟନ କରୁଛନ୍ତି ।