ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ବକ୍ସି ପ୍ରତିଯୋଗୀତା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ବି ଇ ଓ ଶାନ୍ତନୁ କୁମ୍ଭକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଆ ପି ଇ ସତ୍ୟ ନାରାୟଣ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ I 17 ବର୍ଷ ବାଳକ ବର୍ଗରେ ବୀରମହାରାଜପୁର ବାଳକ ଉଚ୍ଚବିଦ୍ୟାଳୟ ର ବାଦଲ ସିଂ , କୁକାଲ ରଣା ଓ ବାଳିକା ବର୍ଗରେ ବୀରମହାରାଜପୁର ବାଳିକା ହାଇସ୍କୁଲର ପାୟଲ ସିଂହ , ବିଷ୍ନୁ ପ୍ରିୟା ସିଂହ , ପ୍ରତିମା ମହାନନ୍ଦ ,ସଂଗ୍ରାମ ପୁର୍ ଉଚ୍ଚ ବିଦ୍ୟାଳୟ ର ଯାଜ୍ଞସେନୀ ପରଡିଆ , ଓଡିଶା ଆଦର୍ଶ ବିଦ୍ୟାଳୟ ର ମୌସୁମୀ ରାଣୀ ସିଂ ପ୍ରମୁଖ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ରାଜେଶ ମେଣ୍ଡିଲି , କୃତିବାସ ସତପଥୀ, ବ୍ରଜ ଗୋପାଳ ପଣ୍ଡା , ମହମ୍ମଦ କଳିମ ଓ ଉପେନ୍ଦ୍ର ସାହୁ ପ୍ରତିଯୋଗୀତା ପରିଚାଳନା କରିଥିଲେ l ଶେଷରେ ବ୍ଲକ କ୍ରୀଡା ସମ୍ପାଦକ ରଞ୍ଜିତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ I
ବୀରମହାରାଜପୁର ହାଇ ସ୍କୁଲ ରେ ବିଦ୍ୟାଳୟ ସମୂହ ବକ୍ସିଂ ପ୍ରତିଯୋଗିତା
