Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Asia Cup: ଆଜି ଶ୍ରୀଲଙ୍କା-ପାକିସ୍ତାନ ମଧ୍ୟରେ ‘କର ବା ମର’ ମୁକାବିଲା, ଜିତିବା ଦଳ ଖେଳିବ ଫାଇନାଲ୍

କଲୋମ୍ବୋ: ଏସିଆ କପରେ ସୁପର-୪ରେ ପଞ୍ଚମ ତଥା ଗୁରୁତ୍ଵପୂର୍ଣ୍ଣ ମୁକାବିଲା ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଦୁଇ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍ ଜିତିବା ଦଳ ଫାଇନାଲରେ ଭାରତକୁ ଭେଟିବ। ସୁପର-୪ରେ ଶ୍ରୀଲଙ୍କା ଓ ପାକିସ୍ତାନ ଅଦ୍ୟାବଧି ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି।

ଭାରତ ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଆଜି ଦ୍ଵିତୀୟ ଫାଇନାଲିଷ୍ଟ ଦଳ ସ୍ଥିର ହୋଇଯିବ। ଏହି ଦୁଇ ଦଳ ବାଂଲାଦେଶକୁ ହରାଇ ଗୋଟିଏ ଲେଖାଏ ମ୍ୟାଚ୍ ଜିତିଛନ୍ତି। ଏମିତିରେ ଆଜି ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଆଜିର ମ୍ୟାଚରେ ପାକିସ୍ତାନ ଦଳରେ ପରିବର୍ତ୍ତନ ଦେଖିବାକୁ ମିଳିବ। କାରଣ ଆହତ ଜନିତ ସମସ୍ୟା କାରଣରୁ ନସୀମ ଶାହ ଓ ହାରିସ ରଉଫ ମ୍ୟାଚ୍ ଖେଳୁ ନାହାନ୍ତି।

ନସୀମ ଶାହ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡି ସାରିଛନ୍ତି। ତାଙ୍କ ସ୍ଥାନରେ ଜମାନ ଖାନଙ୍କୁ ଦଳରେ ସୁଯୋଗ ମିଳିଛି। ଜମାନ ଆଜି ଶ୍ରୀଲଙ୍କା ବିପକ୍ଷରେ ନିଜର ଅନ୍ତର୍ଜାତୀୟ ଦିନିକିଆରେ ପଦାର୍ପଣ କରିବେ। ସେହିପରି ହାରିସ ରଉଫଙ୍କ ସ୍ଥାନରେ ଓ୍ଵାସିମ ଜୁନିୟରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ଦଳରେ ବ୍ୟାଟିଂକ୍ରମରେ ଫଖର ଜମାନ, ସଲମାନ ଅଲୀ ଆଗା ଓ ଅଲରାଉଣ୍ଡର ଫହୀମ ଅଶରଫ ରହିବେ ନାହିଁ।

ପାକିସ୍ତାନର ଚୂଡାନ୍ତ ଏକାଦଶ
ମହମ୍ମଦ ହାରିସ, ଇମାମ ଉଲ ହକ୍, ବାବର ଆଜମ(ଅଧିନାୟକ), ମହମ୍ମଦ ରିଜଓ୍ଵାନ(ଓ୍ଵିକେଟ୍ କିପର), ସାଉଦ ସକିଲ, ଇଫତିକାର ଅହମ୍ମଦ, ଶାଦାବ ଖାନ, ମହମ୍ମଦ ରିଜଓ୍ଵାନ, ମହମ୍ମଦ ଓ୍ଵାସିମ ଜୁନିୟର, ଶାହୀନ ଶାହ ଆଫ୍ରିଦି ଓ ଜମାନ ଖାନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ