Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆନ୍ଦୋଳନରତ ଶିକ୍ଷକଙ୍କ ପ୍ରତି ସରକାରଙ୍କ କଡ଼ା ଆଭିମୁଖ୍ୟ, ୨୨୦ ଦିନର କାର୍ଯ୍ୟ ଦିବସ ଭରଣା କର

ଭୁବନେଶ୍ଵର: ୩ ଦଫା ଦାବିରେ ସମଗ୍ର ରାଜ୍ୟରେ ଆନ୍ଦୋଳନ ଚଳାଇଛନ୍ତି ଶିକ୍ଷକ। ଫଳରେ ଚାରି ଦିନ ହେବ ସ୍କୁଲରେ ପାଠପଢା ବନ୍ଦ ରହିଛି। ରାଜଧାନୀରେ ମଧ୍ୟ ଶିକ୍ଷକମାନେ ଡେରା ପକାଇଛନ୍ତି। ଏହା ମଧ୍ୟରେ ଗୁରୁବାର ଆନ୍ଦୋଳନରତ ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଆପଣେଇଛନ୍ତି। ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଲେଖିଛନ୍ତି।

ଆନ୍ଦେଳନରେ ବସିଥିବା ଶିକ୍ଷକଙ୍କୁ ‘୨୨୦ ଦିନର କାର୍ଯ୍ୟ ଦିବସ ଭରଣା କର । ନଚେତ ଆଗାମୀ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ତାହାକୁ ଭରଣା କରିବ’ ବୋଲି ସରକାର କହିଛନ୍ତି। ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଥିବା ଚିଠିରେ ଉଲ୍ଲେଖ ରହିଛି। ଏ ସଂପର୍କରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅବଗତ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେକୌଣସି ପରିସ୍ଥିତିରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆନ୍ଦୋଳନରୁ ହଟାଇବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ।

ସୂଚନାଯୋଗ୍ୟ, ବିଭିନ୍ନ ଦାବିରେ ୪ ଦିନ ଧରି ବିଇଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ପରେ ଗତକାଲିଠୁ ସମୂହ ଛୁଟିରେ ଯାଇଛନ୍ତି ପ୍ରାଥମିକ ଶିକ୍ଷକ। ସେଥିପାଇଁ ସ୍କୁଲଗୁଡ଼ିକରେ ପାଠପଢା ଭୀଷଣ ପ୍ରଭାବିତ ହୋଇଛି। ଅଧିକାଂଶ ସ୍କୁଲରେ ତ ମଧ୍ୟାହ୍ଣ ଭୋଜନ ବନ୍ଦ ହୋଇ ଯାଇଛି।

More Stories