Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗତ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଜଣାଇ କଳାହାଣ୍ଡି ମାଳି ସମାଜ ତରଫରୁ ଗଣଧାରଣା

କଳାହାଣ୍ଡି, ୧୫/୦୯ : ୧୮ତମ ଦିନରେ ଧର୍ମଗତ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଜଣାଇ କଳାହାଣ୍ଡି ମାଳି ସମାଜ ତରଫରୁ ଗଣଧାରଣା ଦେଇଥିଲେ. ସକାଳେ ପ୍ରବଳ ବର୍ଷା ସତ୍ୱେ ଜିଲ୍ଲା ଦାବୀର ଗୁରୁତ୍ୱକୁ ବୁଝି ପାରି, ଜିଲ୍ଲାର ବିଭିନ୍ନ ଅଂଚଳ ରୁ ଏହି ସମାଜର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ।ଏହି ଧାରଣା ରେ ଜିଲ୍ଲା ମାଲି ସମାଜ ର କୁଳପତି ଶ୍ରୀଯୁକ୍ତ ପ୍ରକାଶ ନାଏକ, ଉପ-ସଭାପତି ବିଦ୍ୟାଧର ନାଏକ, ଜିଲ୍ଲା ସମନ୍ନୟ କମିଟି କୋଷାଧ୍ୟକ୍ଷ ରତନ ନାଏକ,ଧର୍ମଗଡ ବ୍ଲକ ସଭାପତି ଫକୀର ନାଏକ, କୋକସରା ବ୍ଲକ ସଂପାଦକ ଧରମା ନାଏକ, ଦଣ୍ଡପାଟ ଆଞ୍ଚଳିକ ସଭାପତି ଅମିନ ରଣା, ସଂପାଦକ ସୁବାସ ନାଏକ, ନନ୍ଦଗା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଭବାନୀ ବଣିଆ, ପୂର୍ବତନ ସରପଂଚ ବିରଞ୍ଚି ବଣିଆ,କଦଳୀମୁଣ୍ଡା ସମିତି ସଭ୍ୟା ଜୟମନି ବୋଡକିଆ, ଟିପିଗୁଡ଼ା ପୂର୍ବତନ ସରପଞ୍ଚ ଗଜିନ୍ଦ୍ର ନାଏକ,ବଡ ପୋଦାଗୁଡ଼ା ପୂର୍ବତନ ସରପଞ୍ଚ ଗୋବର୍ଦ୍ଧନ ନାଏକ,ମାଳି ସମାଜ ର ବରିଷ୍ଟ ସଦସ୍ୟ ଭଜମନ ନାଏକ, ସୁବାସ ନାଏକ, ହେମନ୍ତ କୁମାର ମାଝୀ ସେତୁ ରାମ ଭକ୍ତ, ସୌମ୍ୟ ରଞ୍ଜନ ନାଏକ, ପରମା ନାଏକ,କବି ରାମ ଲିମଗୋଛିଆ, ମୁନିରାମ ନାଏକ, ଜୟନ୍ତ ନାଏକ, ହୃଦାନନ୍ଦ ଭୋଇ, କ୍ଷୀରୋଦ ଭୋଇ, ଲଳିତ ପାରି, କେଦାରବୋଡ଼ାକିଆ, ପଦ୍ମସେନ ବିଶି,ପରୀକ୍ଷିତ ନାଏକ, ଜିବସଙ୍କର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରାରମ୍ଭରେ କ୍ରିୟାନୁଷ୍ଠାନ କମିଟି ର ଅଧ୍ୟକ୍ଷ ତୁଷାର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲା ଗଠନ ର ଆଭିମୁଖ୍ୟ ବିଷୟରେ କହିଥିବା ବେଳେ କୁଳପତି ପ୍ରକାଶ ନାଏକ ଧର୍ମଗଡ଼ ମାଟି, ମଳିର ମାଟି, ଏ ସହର ଗଠନ ରେ, ଉପଖଣ୍ଡ, ତହସିଲ, ବ୍ଲକ ଠାରୁ ହସ୍ପିଟାଲ, ସ୍କୁଲ କଲେଜ ଗଠନ ରେ ମାଳି ଜାତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ୍ଣ ଅଟେ. ତେଣୁ ଜିଲ୍ଲା ଗଠନ ର ଏହି ଲଢେଇ ରେ ମାଳି ସମାଜ ଆଗରେ ରହିବ ବୋଲି କହିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ର ରାଜେନ୍ଦ୍ର ମୁନି, କଂଗ୍ରେସ ର ଦିଗାମ୍ବର ଦୁରିଆ, ସନ୍ତୋଷ ପାଢ଼ୀ, ପ୍ରେମଲାଲ ସାଗର, ବିଜେପି ଦଳର ଲକ୍ଷ୍ମୀକାନ୍ତ ବାଗ ଆଦି ସ୍ଥାନୀୟ ବ୍ୟକ୍ତି ମାନେ ଏହି ଗଣଧାରଣା ରେ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ