Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଡ଼ିଙ୍ଗ ପଦର ଅଲେଖ ମହିମା ଆଶ୍ରମର ରୂପାନ୍ତରଣ ପାଇଁ ଆର୍ଥିକ ସହାୟତାଦାବୀ

କଳାହାଣ୍ଡି ୧୫/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମାଡ଼ିଙ୍ଗପଦର ଅଲେଖ ମହିମା ଆଶ୍ରମର ରୂପାନ୍ତରିକରଣ କାର୍ଯ୍ୟକ୍ରମରେ ସାମିଲ କରିବାପାଇଁ ଆଜି ସାଇନିଙ୍ଗ କଳାହାଣ୍ଡି ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲଙ୍କ ନେତୃତ୍ୱରେ ସାଧୂସନ୍ଥ ମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ଜରିଆରେ ୫ଟି ସଚିବଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ । ଏହି ସ୍ମାରକ ପତ୍ରରେ ନିମ୍ନଲିଖିତ ଦାବୀମାନ ଯଥା, ଧୂନିମଣ୍ଡପ ନିର୍ମାଣ,ଆଶ୍ରମ ପାଇଁ ଗୋଷ୍ଠୀକେନ୍ଦ୍ର ନିର୍ମାଣ, ଆଶ୍ରାମକୁ କଂଗ୍ରିଟ ରାସ୍ତା ନିର୍ମାଣ,ଆଶ୍ରମ ପାଇଁ ଆଲୋକିକରଣ ବ୍ୟବସ୍ଥା,ଆଶ୍ରମ ପାଚେରୀ ନିର୍ମାଣ ଆଦି ଦାବୀ ହେଇଥିଲା । ସୂଚନା ଯୋଗ୍ୟ ଯେ, ଏହି ଆଶ୍ରମରେ ପଶ୍ଚିମ ଓଡିଶା, ଜୋରନ୍ଦାଗାଦୀ, କୋରାପୁଟ ର ଭକ୍ତ ଓ ସାଧୁମାନେ ବର୍ଷତମାମ ଆସିବା ଯିବା କରିଥାନ୍ତି ଓ ଏହାର ପୁନଃ ଉଦ୍ଧାର ଆବଶ୍ୟକତା ରହିଛି । ଏଣୁ ଜିଲ୍ଲାପାଳଙ୍କର ଜରିଆରେ ୫ଟି ସଚିବଙ୍କୁ ଅନ୍ୟୁନ୍ୟ ୨୫ଲକ୍ଷ ଟଙ୍କାର ଆର୍ଥିକ ବ୍ୟୟ ବରାଦ କରିବାପାଇଁ ଦାବୀ କରାଯାଇଥିଲା । ଉକ୍ତ ପ୍ରତିନିଧି ମଣ୍ଡଳରେ ବ୍ରହ୍ମ ଅବଧୂତ ସଦାନନ୍ଦ ବାବା, ଭଗବାନ ବାବା, କପିଳେନ୍ଦ୍ର ବାବା, ଆନନ୍ଦ ବାବା, ଅମୃତ ବାବା, ବ୍ରହ୍ମଚାରୀ ବାବା, କାର୍ତ୍ତିକ ଦାସ,ଶଙ୍କର ଭକ୍ତ, ଗିରିଧାରୀ ତ୍ୟାଗୀ, ମହେଶ୍ୱର ଦାସ, ଗୋବିନ୍ଦ ଦାସ, ନନ୍ଦରାଜ ଦାସ, ବାଲି ଭକ୍ତ, ଉମାକାନ୍ତ ଭକ୍ତ, ମୁକୁନ୍ଦ ରଣା, ପରମାନନ୍ଦ ରଣା, ପରମେଶ୍ୱର ଭକ୍ତ, ଜଗଦୀଶ ମାଝୀ,ରଘୁ ଭକ୍ତ, ଘନ ଭକ୍ତ, ରୁଷି ଭକ୍ତ ଆଦି ଯୋଗଦେଇଥିଲେ ।