ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରା ପକ୍ଷରୁ ବସ୍ତ୍ର ବଣ୍ଟନ

କୋକସରା:୧୫/୦୯ ଦଣ୍ଡପାଟ ଯୁବ ସେବା ସଂଗଠନ, ବେହେରା ଆୟୋଜିତ ତଥା ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ର ସହଯୋଗରେ କୋକସରା ବ୍ଲକ ଗୋତମୁଣ୍ଡା ଧାନ ମଣ୍ଡିଠାରେ ଅମୃତ ମାତୃପିତୃ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପଶ୍ଚିମ ଓଡିଶା ର ଗଣପର୍ବ ନୂଆଖାଇ କୁ ଦ୍ରୁଷ୍ଟି ରେ ରଖି ଅସହାୟ ଗରିବ ବ୍ରୁଦ୍ଧ ବ୍ରୁଦ୍ଧା, ବିଧବା ମାନଙ୍କୁ ସଂଗଠନ ଗତ ବର୍ଷ ରୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ର କୋଣଅନୁକୋଣରେ ବସ୍ତ୍ର ବଣ୍ଟନ କରି ଆସୁଅଛି। ଏହି ପରିପ୍ରେକ୍ଷୀରେ ଆଜି ଗୋତମୁଣ୍ଡା, ସାନପୋଡାଗୁଡା,ଧଅଁରପୁର ପଞ୍ଚାୟତ ର ଶତାଧିକ ଲୋକଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି। ସଂଗଠନର ସଭାପତି ଭବେଶ ଗଇନ୍ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶୈଲେନ୍ଦ୍ର ସିଂ ଦେଓ, ମୁଖ୍ୟ ବକ୍ତା ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଅଭିନାଶ ଠାକୁର ଯୋଗଦେଇ ଥିଲେ। ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ପବନ ଅଗ୍ରୱାଲ, ମୂଷାପାଲି ସରପଞ୍ଚ ଅକ୍ଷୟ ନାୟକ, ଗୋତମୁଣ୍ଡା ସରପଞ୍ଚ ପଦ୍ମିନୀ ପୁଝାରୀ, ସାନ ପୋଡାଗୁଡା ସରପଞ୍ଚ ଜୟରାମ ନାଗ, ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତା, ଗୋତମୁଣ୍ଡା ନାଏବ ସରପଞ୍ଚ ପାର୍ଥବ ମାଝୀ, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର ସଂପାଦକ ଅବିନାଶ ମୁଣ୍ଡ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଗୋତମୁଣ୍ଡା, ସାନପୋଡାଗୁଡା ଓ ଧଅଁରପୁର ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ଗରିବ, ଅସହାୟ, ବିଧବା, ବୃଦ୍ଧବୃଦ୍ଧାଙ୍କୁ ଅତିଥି ମାନଙ୍କ ଦ୍ୱାରା ବସ୍ତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋତମୁଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ଚକ୍ରଧର ବାରିକ ପରିଚାଳନା କରିଥିବାବେଳେ ସଂଗଠନ ସଂଯୋଜକ ରଜତ ବଂଶଲ ଧନ୍ୟବାଦ ଅର୍ପଣ କରିଥିଲେ। ସଂଗଠନ ଉପସଭାପତି ତରେଶ ବିଶି, ସଂପାଦକ ଭୁଜବଲ ନାଏକ, ସହ ସଂପାଦକ ସୁଶୀଲ ନାଗ, କୋଷାଧ୍ୟକ୍ଷ ଭିକାରି ଚରଣ ଗୋପାଳ, ସଦସ୍ୟ ରୁପେଶ ନାଏକ, ସଦସ୍ୟା ସୁଚିତ୍ରା ଗୋପାଳ, ରଙ୍ଗାଧର ନାଗ, ହେମାଳ ବିଶି, ତ୍ରିଲୋକ ନାଥ ସିଂ, ଟିକେଶ୍ୱର ଭୋଇ, ଈଶ୍ୱର ବଣୁଆ, କ୍ଷୀରସିନ୍ଧୁ ବଣୁଆ, ରିଙ୍କୁ ବିଶି, କ୍ଷୀରସିନ୍ଧୁ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।