Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ରେ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା ସମର୍ଥନ କଲେ ବିଧାୟକ ନାଉରୀ ନାୟକ।

ନିଖଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନ ପକ୍ଷରୁ ରେଙ୍ଗାଲି ବିଇଓ ଅଫିସ ସମୁଖରେ ବିଭିନ୍ନ ଦାବି ନେଇ ଗଣଧାରଣା ଆନ୍ଦୋଳନ ଆରମ୍ଭ ହୋଇଛି। ରେଙ୍ଗାଲି ପ୍ରାଥମିକ ଶିକ୍ଷକମାନଙ୍କ ନାୟୋଚିତ ଦାବି ଗୁଡିକ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା, ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କୁ ଠିକା ନ୍ୟାସନାଲ ଇନ୍କ୍ରିମେଣ୍ଟ ପ୍ରଦାନ କରି ମୂଳଚାକିରୀ ରେ ଗଣନା କରିବା ସହିତ କଳା ଓ କ୍ରୀଡା ଶିକ୍ଷା ନିୟମିତ ଶିକ୍ଷାର ମାନ୍ୟତା ପ୍ରଦାନ କରିବା, ମୂଳ ବେତନ କୁ କେନ୍ଦ୍ରୀୟ ହାର ରେ ସ୍ଲାବ-୯ ଆଧାର ରେ ପ୍ରଦାନ କରିବା ସହ ପେନସନ ଯୋଜନା ଉଚ୍ଛେଦ ନ କରି ପୁନଃ ପେନସନ ଦାବୀନେଇ ଶିକ୍ଷକ ଶିକ୍ଷୟତ୍ରୀ ଆଜି ଗଣଧାରଣା କୁ ଉଲ୍ଲାଇଛନ୍ତି। ରେଙ୍ଗାଲି ରେ ଗଣଧାରଣା ଆନ୍ଦୋଳନ କୁ ବିଧାୟକ ନାଉରୀ ନାୟକ, ଯୁବ ମୋର୍ଚ୍ଚାର ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ଉତ୍ତମ କୁମାର ବିଶ୍ବାଳ, ଜୟନ୍ତି ପଣ୍ଡା,ବରିଷ୍ଟ ବିଜେପି ସଭ୍ଯ ନବିନ ପ୍ରଧାନ ପ୍ରମୁଖ ଆନ୍ଦୋଳନ ସ୍ଥଳକୁଯାଇ ସମର୍ଥନ କରିବା ସହ ଶିକ୍ଷକମାନଙ୍କ ଦାବିକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପାଇଁ ପ୍ରତିଶୃତି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ