Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଣସଂକ୍ରାମକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର

ସମ୍ବଲପୁର(ଲରପଙ୍କ):ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲରପଙ୍କ ତରଫରୁ ଆଜି ସାପଲହରା ଠାରେ ଅଣସଂକ୍ରାମକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି ଚିହ୍ନଟ ଶିବିର ରେ ୧୫୦ ରୁ ଉର୍ଧ ରୋଗୀ ଙ୍କୁ ଚିକିତ୍ସା ପ୍ରଦାନ କରିବା ସହିତ ମାଗଣା ରେ ଔଷଧ ବଣ୍ଟନ କରାଯାଇଥିଲା ।ଉଚ୍ଚ ରକ୍ତଚାପ ,ମଧୁମେହ ରୋଗୀ ମାନଙ୍କୁ ସନ୍ତୁଳିତ ଖାଦ୍ୟ ଉପରେ ପରାମର୍ଶ ପ୍ରଦାନ କରିବା ସହିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ,ହୀରାକୁଦକୁ ରେଫର କରାଯାଇ ଥିଲା। ଶିବିରରେ ରକ୍ତ ପରୀକ୍ଷା କରିବା ସହିତ ଓଜନ ,ଉଚ୍ଚତା ,ଅଣ୍ଟା ମାପ ଆଦି କରାଯାଇଥିଲା।ରୋଗ ନ ହେବା ପାଇଁ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା।ଫିଜିଓଥେରାପି ସେବା ମାଧ୍ୟମରେ ଅନେକ ବୃଦ୍ଧ ବୃଦ୍ଧା ମାନଙ୍କର ଗୋଡ ,ଅଣ୍ଟା ,ବ୍ୟଥା ପରି ରୋଗର ଚିକିତ୍ସା ମଧ୍ୟ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ବୀରେନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଆୟୋଜନ କରାଯାଇଥିବା ବେଳେ ଡାକ୍ତର ପ୍ରଦୀପ କୁମାର ସାହୁ ରୋଗୀ ମାନଙ୍କର ଚିକିତ୍ସା ପ୍ରଦାନ କରି ଥିଲେ l କାର୍ଯ୍ୟକ୍ରମରେ ଦିଲୀପ କୁମାର ନନ୍ଦ(ପିଏଚଏମ),ସୋନମ ମିଞ୍ଜ,ଦିପାଞ୍ଜଳି ନାୟକ ,ହୀରାଲାଲ ଜେନା ,ପ୍ରିୟମ୍ବଦା ପରିଡା ,ସଂଯୁକ୍ତl ପଧାନ ,ସୁରେଶ୍ୱରୀ ବାଗ, ପଲ୍ଲବୀ ରାୟ,ଅତୁଲ୍ୟ କୁମାର ନାୟକ,ରଶ୍ମିତା ବେହେରା ଓ ସାପ ଲହରା ମହିଳା ଆରୋଗ୍ୟ ସମିତିର ସଭ୍ୟା ମାନେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ