କୋକସରା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ, ଉନ୍ନୟନ ପ୍ରକଳ୍ପ ଉପରେ ସମୀକ୍ଷା ଓ ଆଲୋଚନା।

କୋକସରା ୧୫/୦୯ କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତିର ୨୨ ପଂଚାୟତ ର ନିର୍ବାଚିତ ଜନ ପ୍ରତିନିଧି ଓ ବ୍ଲକ ର ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ନେଇ ଶୁକ୍ରବାର ବ୍ଲକ ସଭାଗୃହ ରେ ଦିନ ୧୧ ଘଣ୍ଟା ସମୟରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ କୋକସରା ବିଡ଼ିଓ ଉତ୍ତମ ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ,ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, କନିଷ୍ଠ ଯନ୍ତ୍ରୀ, ସମେତ ୨୨ ପଂଚାୟତ ର ସରପଞ୍ଚ ସମିତି ପ୍ରତିନିଧି ମାନେ ଉପସ୍ଥିତ ରହି ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ସମୀକ୍ଷା କରିବା ସହ ବିଭିନ୍ନ ପଞ୍ଚାୟତ ରେ ରହିଥିବା ମୌଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ। ୫ ଟି ଅଧୀନରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସଠିକ ତଦାରଖ କରିବା, ଚଳିତ ବର୍ଷ ବ୍ଲକ ର ବିଭିନ୍ନ ପଂଚାୟତ ରେ ଦେଖା ଦେଇଥିବା ସମ୍ଭାବ୍ୟ ମରୁଡି ପରିସ୍ଥିତି ର ପରିଚାଳନା, ସ୍କବ ଟାଇଫସ କୀଟ କାମୁଡ଼ିଲେ ଦେଖା ଦେଉଥିବା ଲକ୍ଷଣ ଓ ନିରାକରଣ ଉପରେ କୃଷି ଅଧିକାରୀ ଙ୍କ ସହ ଆଲୋଚନା ହୋଇଛି। ସମିତି ସଙ୍ଘ ର ସଭାପତି ଘନଶ୍ୟାମ ନାଏକ ଓ ସରପଞ୍ଚ ସଙ୍ଘ ର ସଭାପତି ନକୁଳ ନାଏକ ବିଭିନ୍ନ ପଞ୍ଚାୟତ ରେ ରହିଥିବା ସମସ୍ୟା ଉପରେ ବ୍ଲକ ଅଧ୍ୟକ୍ଷା ଓ ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାର୍ଯ୍ୟକ୍ରମ କୁ ଭାରପ୍ରାପ୍ତ ଜିପିଇଓ ବିରଞ୍ଚି ଖରସେଲ ପରିଚାଳନା କରିଥିଲେ।