Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହୀରାକୁଦର ୨୬ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ, ରାଜ୍ୟରେ ନାହିଁ ବନ୍ୟା ସ୍ଥିତି: ଜଳସମ୍ପଦର ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ଵର: ଲଘୁଚାପଜନିତ ଏବଂ ମୌସୁମୀ ସକ୍ରିୟ ଯୋଗୁଁ ରାଜ୍ୟ ସହିତ ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି। ଗତ ୩ ଦିନରେ ଗୋଟିଏ ଗୋଟିଏ କରି ୨୬ ଗେଟ୍ ଖୋଲା ଯାଇ ହୀରାକୁଦରୁ ଜଳ ନିଷ୍କାସନ କରାଯାଉଛି। ଫଳରେ ମହାନଦୀ ଫୁଲି ଉଠିଛି। ବର୍ଷର ଦ୍ଵିତୀୟ ଥର ମହାନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି। ଏହା ମଧ୍ୟରେ ଶନିବାର ରାଜ୍ୟରେ ବନ୍ୟା ସ୍ଥିତି ନ ଥିବା କହିଛନ୍ତି ଜଳସମ୍ପଦର ସର୍ବୋଚ୍ଚ ଯନ୍ତ୍ରୀ।

ସେ କହିଛନ୍ତି, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଳ ଅଞ୍ଚଳରେ ପାଣି ପଶିଛି। କିନ୍ତୁ ସେମିତି ବନ୍ୟା ସ୍ଥିତି ଉପୁଜି ନାହିଁ। ହୀରାକୁଦକୁ ପ୍ରତି ସେକେଣ୍ଡରେ ୪.୫୦ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪.୫୫ ଲକ୍ଷ କ୍ୟୁସେକ ଜଳ। ହୀରାକୁଦର ୨୬ ଗେଟ୍ ଖୋଲା ରହିଛି ଏବଂ ଏହା ଆଗାମୀ ୨/୩ ଦିନ ଧରି ଏମିତି ଚାଲିବ। ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଯୋଗାଯୋଗରେ ଅଛୁ ଏବଂ ସମସ୍ତଙ୍କୁ ଆଲର୍ଟ କରାଯାଇଛି। ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ ଓ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି। ରାଜ୍ୟରେ ଜଳପରିଚାଳନା ଠିକ୍ ଚାଲିଛି। ତେଣୁ ବନ୍ୟାର ଆଶଙ୍କା ନ ଥିବା ଜଳସମ୍ପଦର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

ଉପର ମୁଣ୍ଡରେ ପ୍ରବଳ ବର୍ଷା ‌ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ୪ଟି ଗେଟ୍ ଖୋଲାଯାଇଛି। ହୀରାକୁଦରେ ଏବେ ସମୁଦାୟ ୨୬ ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ବାମ ପଟରୁ ୧୬ଟି ଗେଟ୍ ଖୋଲା ଯାଇଥିବା ବେଳେ ଦକ୍ଷିଣ ପଟରୁ ୧୦ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ ଚାଲିଛି।

More Stories