Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏସିଆ କପ୍ ଫାଇନାଲ୍: ଏହି ୧୧ ଖେଳାଳିଙ୍କୁ ନେଇ ଆଜି ମଇଦାନକୁ ଓହ୍ଲାଇବେ ରୋହିତ ଶର୍ମା

କଲୋମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଏସିଆ କପ୍-୨୦୨୩ର ଫାଇନାଲ୍ ମୁକାବିଲା ଖେଳାଯିବ। ମ୍ୟାଚ୍ ଭାରତୀୟ ସମୟ ଅପରାହ୍ଣ ୩ଟାରେ ଆରମ୍ଭ ହେବ। ରୋହିତ ବାହିନୀଙ୍କ ନଜର ୨୦୧୮ ପରେ ପ୍ରଥମ ଥର କୌଣସି ଟ୍ରଫି ଜିତିବା ଉପରେ ରହିବ। ଆଜିଠୁ ପାଞ୍ଚ ବର୍ଷ ପୂର୍ବେ ଏସିଆ କପ୍ ଭାବେ ଭାରତ ଏକ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଜିତିଥିଲା। ଏହା ପରଠୁ ଭାରତର ଟ୍ରଫିର ମରୁଡ଼ି ଜାରି ରହିଛି। ତେବେ ଭାରତ ପାଇଁ ଟ୍ରଫି ଜିତିବା ସେତେଟା ସହଜ ନୁହେଁ। ଶ୍ରୀଲଙ୍କା ଏସିଆ କପରେ ଭାରତକୁ କଡ଼ା ଟକ୍କର ଦେଇ ଆସିଛି। ଦୁଇ ଦଳ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟରେ ଅଦ୍ୟାବଧି ୨୨ଟି ମୁକାବିଲା ଖେଳା ଯାଇଥିବା ବେଳେ ଦୁଇ ଦଳ ୧୧ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ତେଣୁ ଆଜି ରୋହିତ ଶର୍ମା ନିଜର ଶ୍ରେଷ୍ଠ ଏକାଦଶ ନେଇ ପଡ଼ିଆକୁ ଓହ୍ଲାଇବେ। ଆସନ୍ତୁ ଜାଣିବା ଆଜିର ମ୍ୟାଚରେ କେମିତି ରହିପାରେ ଦଳର ଚୂଡ଼ାନ୍ତ ଏକାଦଶ।

ବାଂଲାଦେଶ ବିପକ୍ଷ ମ୍ୟାଚରେ ଖେଳାଳିଙ୍କୁ ପରଖିବା ପାଇଁ ଭାରତ ଚୂଡ଼ାନ୍ତ ଏକାଦଶରେ ୫ଟି ବଡ଼ ପରିବର୍ତ୍ତନ କରିଥିଲା। ଏହି ମ୍ୟାଚରେ ଭାରତ ୬ ରନରେ ପରାଜୟ ଭୋଗିଥିଲା। ଏମିତିରେ ଆଜି ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ ମ୍ୟାଚରେ ରୋହିତ ଶର୍ମା ନିଜର ବିଜେତା ଖେଳାଳିଙ୍କ ସହ ପଡ଼ିଆକୁ ଓହ୍ଲାଇବେ। ଭାରତୀୟ ଦଳରେ ଆଜି ୬ଟି ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ଅକ୍ଷର ପଟେଲ୍ ଆଜି ଫାଇନାଲ୍ ମ୍ୟାଚ୍ ଖେଳି ପାରିବେ ନାହିଁ। ତାଙ୍କ ସ୍ଥାନରେ ଓ୍ଵାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ୍ କରାଯାଇଛି। ଯଦି ଆଜିର ମ୍ୟାଚରେ ପିଚ୍ ସ୍ପିନ ଉପଯୋଗୀ ରହିଥାଏ ତେବେ ଅକ୍ଷର ପଟେଲଙ୍କ ବଦଳ ଖେଳାଳି ଭାବେ ଓ୍ଵାଶିଂଟନ ସୁନ୍ଦରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ। ପୂର୍ବବତ କୁଲଦୀପ ଯାଦବ ସ୍ପିନ ବୋଲିଂ ଆକ୍ରମଣର ନେତୃତ୍ଵ ନେବେ। ସେ ବର୍ତ୍ତମାନ ଭାରତ ପାଇଁ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର। ତାଙ୍କୁ ବାଂଲାଦେଶ ବିପକ୍ଷରେ ବିଶ୍ରାମ ଦିଆଯାଇଥିଲା।

ଏହା ସହିତ ଦଳକୁ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ଫେରିବେ। ଏହିପରି ଭାବେ ଆଜି ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶରେ ୬ଟି ପରିବର୍ତ୍ତନ କରିବେ। ଆଉ ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି ଓ ପ୍ରସିଦ୍ଧ କୃଷ୍ଣଙ୍କୁ ବେଞ୍ଚରେ ବସିବାକୁ ପଡ଼ିବ।

ଭାରତର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ରୋହିତ ଶର୍ମା, ଶୁଭମନ ଗିଲ୍, ବିରାଟ କୋହଲି, ଇଶାନ କିଷନ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଓ୍ଵାଶିଂଟନ ସୁନ୍ଦର/ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ।

ଶ୍ରୀଲଙ୍କାର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ପଥୁନ ନିଶଙ୍କା, କୁଶଲ ପେରେରା, କୁଶଳ ମେଣ୍ଡିସ(ଓ୍ଵିକେଟ୍ କିପର), ସଦିରା ସମରବିକ୍ରମା, ଚରିଥ ଅସଲଙ୍କା, ଧନଞ୍ଜୟ ଡି ସିଲଭା, ଦାସୁନ ଶନାକା(ଅଧିନାୟକ), ଦୁନିଥ ଓ୍ଵେଲଲେଜ, ପ୍ରମୋଦ ମଦୁଶନ/ଦୁଶାନା ହେମନ୍ଥା, କାସୁନ ରଜିଥା, ମଥିଶା ପଥିରାନା।

More Stories