Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭତ୍ତା-୨୫୦୦ଟଙ୍କା ଦାବି ପାଇଁ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ଦସ୍ତଖତ ଅଭଯାନ

କଳାହାଣ୍ଡି, ୧୭/୦୯ (ଜଗନ୍ନାଥ ନାଏକ) : ଆଜି “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ଭବାନୀପାଟଣା ମୁନିସିପାଲିଟି ୱାର୍ଡ ନଂ- ୧୯ ର ମଦନମୋହନ ପଡାରେ ସଚେତନତା କାର୍ଯ୍ୟକ୍ରମ ସହିତ ସଂଗଠନ ତରଫରୁ ୬୦ ବର୍ଷରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ଯ, ବିଧବା ମାସିକ ଭତ୍ତା ୫୦୦ରୁ ୨୫୦୦ଟଙ୍କା ଏବଂ ଭିନ୍ନକ୍ଷମ, ୮୦ବର୍ଷରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ଯ ମାସିକ ଭତ୍ତା ୭୦୦ରୁ ୩୦୦୦ଟଙ୍କା କରିବା ତଥା ସମସ୍ତ ବେସରକାରୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରିବା ପାଇଁ ଓଡିଶା ସରକାର ନିକଟରେ ଦାବି ନିମନ୍ତେ ଦସ୍ତଖତ ଅଭିଯାନ ହେଇଯାଇଅଛି। ଭବାନୀପାଟଣାର ବିଭିନ୍ନ ୱ୍ୱାର୍ଡ ରେ ଏବଂ ଭବାନୀପାଟଣା ବ୍ଲକର ଶ୍ରୀପୁର ପଞ୍ଚାୟତର ସୁଜାନପୁର ଗାଁରେ ହିତାଧିକାରୀମାନଙ୍କୁ ନେଇ ଦସ୍ତଖତ ଅଭିଯାନ ସରିଛି । ପଣ୍ଡିଚେରୀରେ ୩୧୦୦, ତେଲେଙ୍ଗାନାରେ ୩୦୦୦, ହରିୟାଣାରେ ୨୭୫୦, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶରେ ୨୫୦୦ଟଙ୍କା ଓ ଅନ୍ଯାନ୍ଯ ଛୋଟ ରାଜ୍ଯମାନେ ବି ଓଡିଶାଠାରୁ ଅଧିକ ଟଙ୍କା ଭତ୍ତା ଦେଉଛନ୍ତି ବୋଲି ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା ସଭାରେ ଜଣେଇଥିଲେ। ଏତେ ମହଙ୍ଗା ଦୁନିଆରେ ସମସ୍ତଙ୍କ ପାଇଁ ସରକାର ବୁଝୁଛନ୍ତି ଏବଂ ଅନ୍ଯ ରାଜ୍ଯରେ ବି ଅଧିକା ଭତ୍ତା ଟଙ୍କା ପ୍ରଦାନ କରୁଛନ୍ତି କିନ୍ତୁ ଆମ ଗରିବ ମାନଙ୍କୁ ୫୦୦ଟଙ୍କା ଦେଇ ନବୀନ ସରକାର କାହିଁକି ଠକୁଛନ୍ତି ବୋଲି ବୁଢାବୁଢି ମାନେ ପ୍ରଶ୍ନ କରିଥିଲେ। ଏହି ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିିଣତ କରିବା କହି ଦସ୍ତଖତ ଫର୍ମରେ ସମସ୍ତେ ଦସ୍ତଖତ କରିଥିଲେ । ଆଜିର ସଭା ନାରୀ ନେତ୍ରୀ ମନ୍ଦାକିନୀ ବାଣୁଆଙ୍କ ନେତୃତ୍ବରେ ଆୟୋଜନ ହେବା ସହ ସଂଗଠନର ସଭାପତି ସୁରେଶ ସଂଗ୍ରାମ, ନାରୀ ନେତ୍ରୀ କବିତା ରାଉତ, ଭତ୍ତାର ପାଇଁ ସଂଗଠନର ସଭାପତି ନିରୋଦ କୁମାର ରାଉତ, ରମେଶ ମେହେର ନିଜ ବକ୍ତବ୍ଯ ରଖିଥିଲେ। ତା ପରେ ସଂଗଠନରେ ନୂତନ ଭାବରେ ନାରୀ ନେତ୍ରୀ ଯୋଗେଶ୍ୱରୀ ଧଙ୍ଗଡାମାଝୀ ଏବଂ ବାସନ୍ତୀ ବାଣୁଆ ଯୋଗଦାନ ଦେବା ସହ ସମସ୍ତ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ