Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍, ୧୪ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା କମିବାରୁ ହୀରାକୁଦକୁ ଜଳ ପ୍ରବାହ କମିଛି। ଫଳରେ ସୋମବାର ଡ୍ୟାମର ୮ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି। ଗତକାଲି ୪ଟି ଗେଟ୍ ବନ୍ଦ କରାଯାଇ ୨୨ଟି ଗେଟ୍ ଜରିଆରେ ଜଳ ନିଷ୍କାସନ ହେଉଥିଲା।

ଉଲ୍ଲେଖନୀୟ ଲଘୁଚାପଜନିତ ଏବଂ ମୌସୁମୀ ସକ୍ରିୟ ଯୋଗୁଁ ରାଜ୍ୟ ସହିତ ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିଲା। ଫଳରେ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାରେ ଲାଗିଥିଲା। ଗତ ୩ ଦିନରେ ଗୋଟିଏ ଗୋଟିଏ କରି ୧୬ ତାରିଖରେ ୨୬ ଗେଟ୍ ଖୋଲା ଯାଇ ହୀରାକୁଦରୁ ଜଳ ନିଷ୍କାସନ କରାଯାଉଥିଲା। ଫଳରେ ମହାନଦୀ ଫୁଲି ଉଠିଥିଲା। ବର୍ଷର ଦ୍ଵିତୀୟ ଥର ମହାନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଥିଲା।

୨୬ ଗେଟ୍ ଖୋଲାଥିବା ସମୟରେ ହୀରାକୁଦକୁ ପ୍ରତି ସେକେଣ୍ଡରେ ୪.୫୦ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଥିଲା ୪.୫୫ ଲକ୍ଷ କ୍ୟୁସେକ ଜଳ। ଏହା ଆଗାମୀ ୨/୩ ଦିନ ଧରି ଏମିତି ଚାଲିବ ବୋଲି ମୁଖ୍ୟ ଯନ୍ତ୍ରୀ କହିଥିଲେ। ତେବେ ବର୍ଷାର ପରିମାଣ କମିବାରୁ ହୀରାକୁଦ ଡ୍ୟାମର ୮ଟି ଗେଟ୍ ବନ୍ଦ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ