Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତର ଟ୍ରାଏଲ ରନ

ଭୁବନେଶ୍ଵର: ପୁରୀ-ରାଉରକେଲା ମଧ୍ୟରେ ସେପ୍ଟେମ୍ବର ଶେଷ ସୁଦ୍ଧା ଚାଲିବାକୁ ଯାଉଛି ବନ୍ଦେ ଭାରତ ଏକ୍ସପ୍ରେସ୍‌। ଏଥିପାଇଁ ଆସନ୍ତା ୨୦ରେ ଅର୍ଥାତ ବୁଧବାର ପୁରୀ-ରାଉରକେଲା ମଧ୍ୟରେ ହେବ ଟ୍ରାଏଲ ରନ୍‌। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଆସନ୍ତାକାଲି ସକାଳ ୫ଟାରେ ପୁରୀ ଷ୍ଟେସନ ଛାଡି ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ରାଉରକେଲାରେ ଷ୍ଟେସନରେ ପହଞ୍ଚିବ ବନ୍ଦେ ଭାରତ। ସେହିପରି ଅପରାହ୍ନ ୨ଟା ୧୦ ମିନିଟ୍‌ରେ ରାଉରକେଲା‌ ଷ୍ଟେସନ ଛାଡି ରାତି ୯ଟା ୪୦ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିବ।

ପୁରୀ-ରାଉର‌କେଲା‌ ମଧ୍ୟରେ ମୋଟ ୧୦ଟି ଷ୍ଟେସନରେ ବନ୍ଦେ ଭାରତ ଅଟକିବ। ଉକ୍ତ ଷ୍ଟେସନ ଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡା ଓ ଶେଷରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ରାଉରକେଲାରୁ ପୁରୀ ମଧ୍ୟରେ ଥିବା ୫୦୫ କିଲୋମିଟର ଦୂରତାକୁ ଟ୍ରେନ୍‌ ୭ ଘଣ୍ଟା ୪୫ ମିନିଟ୍‌ ନେବ। ଟ୍ରାଏଲ ରନ୍‌ ବେଳେ ଟ୍ରେନ୍‌ଟି ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ବେଗରେ ଚାଲିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ୧୨ ତାରିଖରେ ପୁରୀ-ତାଳଚେର ରୋଡ ମଧ୍ୟରେ ବନ୍ଦେ ଭାରତର ପ୍ରଥମ ଟ୍ରାଏଲ ରନ୍‌ ହୋଇଥିଲା। ସକାଳ ସାଢ଼େ ୯ଟାରେ ପୁରୀ ଷ୍ଟେସନ ଛାଡି ଟ୍ରେନ ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ତାଳଚେର ରୋଡରେ ପହଞ୍ଚିଥିଲା। ସେହିପରି ଅପରାହ୍ନ ୧ଟା ୫ ମିନିଟ୍‌ରେ ତାଳଚେର ଷ୍ଟେସନ ଛାଡି ସନ୍ଧ୍ୟା ୫ଟା ୨୦ ମିନିଟ୍‌ରେ ପୁରୀରେ ପହଞ୍ଚିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ