Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଣ୍ଡିରା ଶ୍ରୀମା” ଶ୍ରୀ ଅରବିନ୍ଦ ସ୍କୁଲରେ ଶ୍ରୀଗଣେଶ ଶୀର୍ଷକ ଆଲୋଚନା ଚକ୍ର

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟସ୍ଥ କିଣ୍ଡିରାର ଶ୍ରୀମା” ଶ୍ରୀଆରବିନ୍ଦ ପୂର୍ଣ୍ଣାଙ୍ଗ ସ୍କୁଲର ନୂତନ ସଭା ଗୃହରେ ଗଣେଶ ଚତୁର୍ଥୀ ଅବସରରେ ଭିନ୍ନ ଢ଼ଙ୍ଗରେ ବିନା ବ୍ରାହ୍ମଣଙ୍କ ସହାୟତାରେ ଗଣେଶ ପୂଜା ସହ ଏକ ଆଲୋଚନା ଚକ୍ର ସଭା ଅନୁଷ୍ଠିତ ହୋଇଥିଲା। ସ୍କୁଲର ଅଧ୍ୟକ୍ଷା ସୁଶ୍ରୀ ସୁପ୍ରଭା ଚୌଧୁରୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଓ ଅବସର ପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଚନ୍ଦନ ସିଂ ନାୟକ ଆଲୋଚକ ଭାବରେ ଯୋଗ ଦେଇ ଶ୍ରୀମାଙ୍କ ଦୃଷ୍ଟିରେ ଶ୍ରୀଗଣେଶ ତଥା ଗଣେଶଙ୍କ ନାମକୁ ନେଇ ଲାଲ ଲଜପତ ରାୟ ଙ୍କ ସ୍ଵାଧୀନତା ସଂଗ୍ରାମ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏଥିରେ ଛାତ୍ରଛାତ୍ରୀ, ଅଭିଭାବକ ଓ ପରିଚାଳନା କମିଟି ସଭ୍ୟ, ସଭ୍ୟା ଅଂଶ ଗ୍ରହଣ କରିଥିଲେ। ଶେଷରେ ପରିଚାଳନା କମିଟି ସମ୍ପାଦକ ସୁରେନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।