Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଁଖାଇ ଅବସରରେ ରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: କୃଷିଭିଷିକ ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା। ନୂଆଁଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରାଷ୍ଟ୍ରପତି ମୁର୍ମୁ ଏକ୍ସରେ ପୋଷ୍ଟ କରି କହିଛନ୍ତି, କୃଷିଭିତ୍ତିକ ନୂଆଁଖାଇ ଅବସରରେ ସମସ୍ତ ଦେଶବାସୀ, ବିଶେଷ କରି ପଶ୍ଚିମ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା। ଏହି ପର୍ବ ଅବସରରେ ଲୋକେ ଧାନ ଅମଳର ଖୁସି ପାଳନ କରିଥାନ୍ତି। ଏହି ପର୍ବ ଆମକୁ ଭାଇଚାରା ଓ ପରସ୍ପର ସୌହାର୍ଦ୍ଦ୍ୟର ସନ୍ଦେଶ ଦେଇଥାଏ। ଏହି ଶୁଭ ଅବସରରେ ମୁଁ ଦେଶ ଓ ଦେଶବାସୀଙ୍କ ସମୃଦ୍ଧି ପାଇଁ ଈଶ୍ଵରଙ୍କୁ ପ୍ରାର୍ଥନା କରୁଛି।

ରାଜ୍ୟପାଳ ଶାନ୍ତି, ମୈତ୍ରୀ ଓ ଆନନ୍ଦର ପବିତ୍ର ପରମ୍ପରା ଓ ପର୍ବ ‘ନୂଆଁଖାଇ’ ଅବସରରେ ମାନ୍ୟବର ରାଜ୍ୟପାଳ ରାଜ୍ୟବାସୀ ବିଶେଷ କରି ପଶ୍ଚିମ ଓଡିଶା ଭାଇ ଭଉଣୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ମା ସମଲେଇଙ୍କୁ ପ୍ରାର୍ଥନା କରି ସମସ୍ତଙ୍କ ସମୃଦ୍ଧି କାମନା କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମର୍ ମହାନ୍ ପରବ୍ ‘ନୂଆଁଖାଇ’ ଆଏଜ୍ ପାଲନ୍ ହେଉଛେ । ଇଥିର୍ ଲାଗି ମାଁ- ବହେନ୍‌, ଦାଦା-ଭାଏ ମାନ୍‌କୁଁ ମୋର୍ “ନୂଆଁଖାଇ ଜୁହାର୍‌” । ଆପଣ୍‌ମାନ୍‌କଁର୍ ଜୀବନ୍‌ଥି ସୁଖ୍‌, ଶାନ୍ତି ଆଉ ସମ୍‌ରୁଦ୍ଧି ଲାଗି ପ୍ରାର୍ଥନା କରୁଛେଁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ମା’ ସମଲେଶ୍ବରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ