Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପଖଣ୍ଡ ସ୍ତରୀୟ ମେଧା ସମ୍ୱର୍ଦ୍ଧନା ସମାରୋହ; ଗାନ୍ଧୀ ଓ କଲାମଙ୍କ ଜୀବନୀରୁ ଭାବି ନାଗରିକ ନିଜ ଜୀବନ ଗଢ଼ିବାକୁ ବକ୍ତାଙ୍କ ଆହ୍ବାନ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହାବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ମେଧା ସମ୍ୱର୍ଦ୍ଧନା ସମାରୋହ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁଚିଣ୍ଡା, ବାମରା, ଜମନକିରା ବ୍ଳକର ମାଟ୍ରିକ ପରୀକ୍ଷା ଏବଂ ଯୁକ୍ତ ୨ ପରୀକ୍ଷାରେ ସର୍ବାଧିକ ନମ୍ୱର ରଖିଥିବା ମୋଟ ୪୯ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଅଭିଯାନର ବ୍ଲକ ସଭାପତି ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ କୁଚିଣ୍ଡା ଉପଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ମୂଖ୍ଯଅତିଥି, କୁଚିଣ୍ଡା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ.ସୁଚିତ୍ରା ମିଶ୍ର ମୂଖ୍ଯବକ୍ତା, ସମାଜସେବୀ ଡାକ୍ତର ସତ୍ଯ ପ୍ରକାଶ ଦୋରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ବରିଷ୍ଠ ଆଇନଜୀବି ହୃଦାନନ୍ଦ ଶର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏପରି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଂଶସା କରିବା ସହିତ ଗାନ୍ଧୀ ଓ କଲାମଙ୍କ ଜୀବନୀ ଦର୍ଶନକୁ ଭାବି ନାଗରିକ ନିଜ ଜୀବନ ଗଢ଼ିବାକୁ ଆହ୍ବାନ ଦେଇଥିଲେ। ବିଗତ
ଶିକ୍ଷାବର୍ଷ ୨୦୨୨-୨୩ ମାଟ୍ରିକ ପରୀକ୍ଷାରେ ବାମରା, ଜମନକିରା ଓ କୁଚିଣ୍ଡା ବ୍ଳକରୁ ଶ୍ରେଷ୍ଠ ଦଶଟି ସ୍ଥାନ ଅଧିକାର କରିଥିବା ଏବଂ ଇଁରାଜୀ ବିଦ୍ୟାଳୟରେ ପଢି ଅଧିକ ନମ୍ୱର ଆଣିଥିବା, ଯୁକ୍ତ ଦୁଇ କଳା, ବାଣିଜ୍ଯ, ଏବଂ ବିଜ୍ଞାନରେ ଉପଖଣ୍ଡର ଶ୍ରେଷ୍ଠ ତିନିଜଣ ଲେଖାଏଁ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ମେଡାଲ ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା।ଭୋଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ଅଧ୍ୟାପକ ଦେବେନ୍ଦ୍ର ନାଏକ ଅଭିଯାନର ବିବରଣୀ ପାଠ କରିଥିବା ବେଳେ ଆବାହକ ପ୍ରଭାତ ବେହେରା କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ।
କାଯ୍ୟକ୍ରମକୁ ଅଧ୍ୟାପକ ସତ୍ଯନାରାୟଣ ପଟେଲ, ପ୍ରମୋଦ ଚୌଧୁରୀ, ଅତୁଲ ଅଗ୍ରଓ୍ୱାଲା, ପ୍ରଧାନ ଶିକ୍ଷକ ରତନ ଲାଲ ସିଂ, ରମାକାନ୍ତ ମହାକୁଳ, ସୁଗତ କୁମାର ପଟେଲ, ବିଜୁ ସାହୁ, ରମେଶ ଚନ୍ଦ୍ର କିସାନ, ମାନସି ବଗର୍ତ୍ତୀ, ତନୟା ହଂସ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ଚୌଧୁରୀ ଧନ୍ଯବାଦ ଅର୍ପଣ କରିଥିଲେ।