ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡସ୍ଥ ସାତଖମା ଗାଁର ସୁପୁତ୍ର, ସମାଜସେବୀ, ପ୍ରକୃତି ବନ୍ଧୁ ତଥା ଅବସରପ୍ରାପ୍ତ ଅଧକ୍ଷ ସୁବାସ ନାୟକ ନିଆରା ଢଙ୍ଗରେ ଗଛ ଲଗେଇ, ସାହିତ୍ୟ ଆସର କରି ତାଙ୍କ ଜନ୍ମଦିନ କୁ ନିରାଡମ୍ବର ରେ ପାଳନ କରିଅଛନ୍ତି।
ଗତକାଲି ସେହି ଅବସରରେ ନିକଟସ୍ଥ କିଣ୍ଡିରା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ସଭାଗୃହରେ ଏକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା। କବି ରଜନୀ ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅବସର ପ୍ରାପ୍ତ ଉଦ୍ୟାନ ବିଭାଗ ଯନ୍ତ୍ରୀ ରବିଦ୍ର ଦାସ, ସାହିତ୍ୟିକା ତୁଳସୀ ମଞ୍ଜରୀ ବହିଦାର, ହରେକୃଷ୍ଣ ପୃଷେଠ ଓ ସନତ କୁମାର ପରୂଆ ଅତିଥି ଭାବରେ ଯୋଗ ଦେଇ ଅବସରପ୍ରାପ୍ତ ଅଧ୍ୟକ୍ଷ ଙ୍କୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ। ଶ୍ରୀ ନାୟକ ତାଙ୍କ ଭାଷଣରେ ସାହିତ୍ୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହାପରେ ଏହି ସ୍କୁଲ ପରିସର ଓ ନିକଟସ୍ଥ କୁଟୁରାଛୁଆଁ କଲେଜ ଓ ରାସ୍ତା ଉଭୟ ପାର୍ଶ୍ଵରେ ପ୍ରାୟ ଦେଢ଼ ଶହ ଚାରା ରୋପଣ କରାଯାଇଥିଲା। ସେହିପରି ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆବାହକ ପ୍ରହଟ ବେହେରା, କୁଚିଣ୍ଡା କଲେଜ ଅଧ୍ୟକ୍ଷା ଡ଼.ସୁଚିତ୍ରା ମିଶ୍ର, ପ୍ରଫୁଲ୍ଲ ସାହୁ, ଅଧ୍ୟାପକ ସତ୍ୟନାରାୟଣ ପଟେଲ ପ୍ରମୁଖ ଶ୍ରୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।